ବାଣ ଫୁଟାଇବାକୁ ନେଇ ନୂଆ ଗାଇଡଲାଇନ ଜାରି

ଦୀପାବଳି, କାର୍ତ୍ତିକ ପୂର୍ଣ୍ଣିମା ଏବଂ ଛଟ୍ ପୂଜା ପାଇଁ ବାଣ ଫୁଟାଇବା ନେଇ ଗାଇଡ୍ଲାଇନ୍ ଜାରି କରିଛନ୍ତି ସରକାର । ନୂଆ ନିୟମ ଅନୁସାରେ ଦୀପାବଳିରେ କେବଳ ପରିବେଶ ଅନୁକୂଳ ବାଣ ବା ଗ୍ରୀନ କ୍ରାକରକୁ ଅନୁମତି ଦିଆଯାଇଛି । ବାଣ ଫୁଟାକୁ ନେଇ ଗତ ଅକ୍ଟୋବର ୩୦ରେ ସୁପ୍ରିମ କୋର୍ଟ ଓ ଆଜି ଓଡ଼ିଶା ହାଇକୋର୍ଟଙ୍କ ରାୟ ଆସିବା ପରେ ରାଜ୍ୟ ସରକାର ଏହି ସଂଶୋଧିତ ଗାଇଡଲାଇନ ଜାରି କରିଛନ୍ତି । ଓଡ଼ିଶା ହାଇକୋର୍ଟ ଏକ ନିର୍ଦ୍ଦେଶ ଜାରି କରି କେବଳ ଗ୍ରୀନ କ୍ରାକର ଫୁଟାଇବାକୁ ଅନୁମତି ଦେଇଛନ୍ତି । କେବଳ ପେଟ୍ରୋଲିୟମ ଓ ବିସ୍ଫୋରକ ନିରାପତ୍ତା ସଂଗଠନ (ପେଲୋ) ଅନୁମତିପ୍ରାପ୍ତ ପରିବେଶ ଅନୁକୂଳ ବାଣ ଫୁଟାଇବାକୁ ଅନୁମତି ଦିଆଯାଇଛି ।
ଗ୍ରୀନ୍ କ୍ରାକର ଫୁଟାଇବା ପାଇଁ ଅନୁମତି ରହିଥିବା ବେଳେ PESO ସାର୍ଟିଫିକେଟ୍ ଥିଲେ ବ୍ୟବସାୟୀ ବାଣ ବିକ୍ରି କରିପାରିବେ ବୋଲି ଏଥିରେ ଉଲ୍ଲେଖ ରହିଛି । ରାତି ୮ରୁ ୧୦ ଭିତରେ ବାଣ ଫୁଟାଇବାକୁ ନିର୍ଦ୍ଦେଶ ରହିଛି । ଏଥି ସହିତ ସରକାର ଧାର୍ଯ୍ୟ କରିଥିବା ସ୍ଥାନରେ ବାଣ ବିକ୍ରି କରାଯାଇ ପାରବ ବୋଲି ଗାଇଡ୍ଲାଇନ୍ରେ ଦର୍ଶାଯାଇଛି ।
Powered by Froala Editor