ବାହାଘରରେ ଗୀତ ବାଜିବାରୁ ଗୁଳି ମାରିଦେଲେ

ବିବାହରେ ଗୀତ ବାଜିବାରୁ ୧୩ ଜଣଙ୍କୁ ଗୁଳି କରି ହତ୍ୟା କରିଛନ୍ତି ତାଲିବାନୀ। ସୂଚନା ମୁତାବକ ଆଫଗାନିସ୍ତାନରେ ତାଲିବାନ ଶାସନ ବେଳେ ଗୀତ ଶୁଣିବା ଏବଂ ମନପସନ୍ଦର ପୋଷାକ ପିନ୍ଧିବା ନିଷେଧ ରହିଛି। ଲୋକଙ୍କୁ ଟିଭିରେ ଗୀତ ଶୁଣିବା ଉପରେ ମଧ୍ୟ ବ୍ୟାନ୍ ଲଗାଇଛି। ତେଣୁ ବାହାଘରରେ ଗୀତ ବାଜିବାରୁ ୩ ବନ୍ଧୁକଧାରୀ ଆଖିବୁଜା ଗୁଳିମାଡ କରିଥିଲେ ।
ଏହି ଘଟଣାକୁ ନେଇ ତାଲିବାନ ସରକାରଙ୍କ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍ କହିଛନ୍ତି ଯେ ଏହି ତିନି ଆକ୍ରମଣକାରୀଙ୍କ ମଧ୍ୟରୁ ଦୁଇଜଣଙ୍କୁ ଗିରଫ କରାଯାଇଛି। ଅନ୍ୟ ଜଣେ ଫେରାର ଅଛି।
ସେ କହିଛନ୍ତି ଯେ, ‘ଶନିବାର ରାତିରେ ନାଙ୍ଗରହାରର ଶ୍ୟାମସପୁର ମାର ଘୁଣ୍ଡି ଗାଁରେ ହାଜି ମଲଙ୍ଗ ଜାନଙ୍କ ବିବାହରେ ତିନିଜଣ ବ୍ୟକ୍ତି ନିଜକୁ ତାଲିବାନ ବୋଲି କହିଥିଲେ ଏବଂ ଏହା ପରେ ଗୀତ ବାଜିବା ବନ୍ଦ ହୋଇଯାଇଥିଲା। ସେ କହିଛନ୍ତି ଯେ ଏହି ଗୁଳି ବିନିମୟରେ ଅତି କମରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ବ୍ୟକ୍ତିଗତ ଝଗଡାକୁ ନେଇ ଯେଉଁ ଅପରାଧୀମାନେ ଇସଲାମର ନାଁ ବ୍ୟବହାର କରିଛନ୍ତି, ସେମାନଙ୍କୁ ଗିରଫ କରାଯାଇଛି।
Powered by Froala Editor