କାନ୍ଥ ସନ୍ଧିରେ ଲାଖିଗଲା ଶିଶୁ କନ୍ୟା
କଟକ ଚୌଦ୍ୱାର ଅଞ୍ଚଳରେ ଅଘଟଣ ଘଟିଛି । ଏକ ଶିଶୁକନ୍ୟା ଛାତ ଉପରେ ଖେଳୁଥିବାବେଳେ ଦୁଇ କାନ୍ଥ ସନ୍ଧିରେ ଖସିପଡିଥିଲା । କାନ୍ଥ କାଟି ଶିଶୁକୁ ଉଦ୍ଧାର କରାଯାଇଛି। ଉଦ୍ଧାର ପରେ ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ଥିବା ଜଣାପଡ଼ିଛି। ଚୌଦ୍ୱାର ପୌରାଞ୍ଚଳ ତଳ ବଜାରରେ ବାସ କରୁଥିବା ଅମରେଶ ସାହୁଙ୍କ ଅଢ଼େଇ ବର୍ଷର ଝିଅ ସାଇପ୍ରିୟା ଅପରାହ୍ନ ପ୍ରାୟ ୪ଟା ବେଳେ ଛାତ ଉପରେ ଖେଳୁଥିଲା। ଖେଳୁଥିବା ବେଳେ ହଠାତ୍ ଦୁଇ ଘର କାନ୍ଥ ସନ୍ଧି(୮ ଇଞ୍ଚ ଫାଙ୍କ)ରେ ଫସି ଯାଇଥିଲା। ଝିଅର ଚିତ୍କାର ଶୁଣି ଧାଇଁ ଆସିଥିଲେ ତାଙ୍କ ମା। ଏହା ପରେ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଥିଲେ। ଖବର ପାଇ ଚୌଦ୍ୱାର ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି। ଡ୍ରିଲିଂ ମେସିନରେ କାନ୍ଥ ଭାଙ୍ଗି ଛୁଆକୁ ଉଦ୍ଧାର କରିଥିଲେ। ପରେ ଶିଶୁକୁ ଚୌଦ୍ୱାରର ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
Powered by Froala Editor