ମମିତା ମେହେର ହତ୍ୟା ମାମଲା, ଏହି ଜିଲ୍ଲା ଗୁଡିକ ୧୨ଘଣ୍ଟିଆ ବନ୍ଦ
ଭୁବନେଶ୍ୱର: ମହାଲିଙ୍ଗ କଲୋଜ ଶିକ୍ଷୟତ୍ରୀ ମମିତା ମେହେରଙ୍କ ମୃତୁ୍ୟ ମାମଲାରେ ଜୋର ଧରିଛି ରାଜନୀତି। ବିରୋଧୀଙ୍କ ପ୍ରତିବାଦ ସ୍ୱରରେ ଉଠୁଛି ପଡୁଛି ରାଜ୍ୟ। ବିଭିନ୍ନ ସ୍ଥାନରେ ବିରୋଧୀଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ତେବେ ନିକଟରେ ଅନେକ ଜିଲ୍ଲା ବିଜେପି ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିବା ବେଳେ, ମମିତା ମେହେରଙ୍କ ନ୍ୟାୟ ଦାବି, ମୁଖ୍ୟ ଅଭିଯୁକ୍ତକୁ ଫାଶି ଓ ଗୃହମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଆଜି ବିଜେପି ପକ୍ଷରୁ କିଛି ଜିଲ୍ଲା ଗୁଡିକରେ ବନ୍ଦ ଡାକରା ଦିଆଯାଇଛି।
ଏହି ଜିଲ୍ଲା ଗୁଡିକ ହେଉଛି ବାଲୋଶ୍ୱର, କେନ୍ଦ୍ରାପଡା, ବୌଦ୍ଧ ଓ ଜଗତସିଂହପୁର। ଏହି ଜିଲ୍ଲାରେ ୧୨ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ଅନେକ ସ୍ଥାନରେ ବିଜେପି କର୍ମୀମାନେ ପିକେଟିଂ କରୁଥିବା ଦେଖିବାକୁ ମିଳିଛି। ବନ୍ଦ ସମୟରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଗୁଡିକ ଖୋଲା ରହିଛି। ସେପଟେ କଟକ ଓ ରାଉରକେଲାରେ ଆଜି ଏସପି ଅଫିସ୍ କରିବ ବିଜେପି।
ଅନ୍ୟପକ୍ଷରେ
ବହୁ ବାଦ ବିବାଦ ପରେ ଶେଷରେ ବିବୃତି ରଖିଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ନିଜ ପ୍ରତିକ୍ରିୟାରେ କ୍ୟାପଟେନ କହିଛନ୍ତି ଏହି ଅପରାଧ ସହ ମୋର କୌଣସି ସମ୍ପୃକ୍ତି ନାହିଁ। ମମିତା ଘଟଣାରେ କିଛି ଗଣମାଧ୍ୟମ ମୋତେ ବଦନାମ କରିଛନ୍ତି ।
ତେବେ ମମିତା ମେହେରଙ୍କ ମୃତ୍ୟୁ ପାଇଁ ସେ ଦୁଃଖିତ ଓ ମର୍ମାହତ। ଜଣେ ବାପା ଓ ମମିତାଙ୍କ ପରିବାର କେମିତି ଦୁଃଖ ଓ ଯନ୍ତ୍ରଣାରେ ଥିବେ ତାହା ମୁଁ ବୁଝିପାରୁଛି। ମମିତାଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା ରହିଛି। ଆଇନ ଅନୁଯାୟୀ ଦୋଷୀଙ୍କୁ ଦଣ୍ଡ ଦିଆଯିବ ବୋଲି ମନ୍ତ୍ରୀ ନିଜ ବିବୃତିରେ କହିଛନ୍ତି।
Powered by Froala Editor