ବିନା ଔଷଧରେ ଶୀତକାଳୀନ ସ୍ୱାସ୍ଥ୍ୟ ସମସ୍ୟା ଓ ତାହାର ପ୍ରତିକାର

ଭିନ୍ନ ଋତୁରେ ଭିନ୍ନ ଧରଣର ରୋଗ ହୋଇଥାଏ। ଯଦିଓ ରୋଗ କୌଣସି ଋତୁ ଦେଖି ଆସେ ନାହିଁ, ମାତ୍ର କିଛି ରୋଗ ଅଛି ଯାହା ଖରା ଦିନେ ବେଶି ହୁଏ, ସେହିପରି କିଛି ରୋଗ ବର୍ଷା ଦିନେ ତ କିଛି ଶୀତ ଦିନେ। ତେବେ ଶୀତ ଦିନିଆ ରୋଗଗୁଡ଼ିକ ବିଷୟରେ ଆପଣ କିଛି ଜାଣିଛନ୍ତି କି? ଚାଲନ୍ତୁ ଜାଣିବା ମୁଖ୍ୟତଃ ଶୀତ ଦିନେ କେଉଁ ସବୁ ରୋଗ ହୋଇଥାଏ।ଶୀତ ଦିନିଆ ଫ୍ଲୁ ରୋଗ ବେଶି ହୋଇଥାଏ। ଶୀତ ଋତୁରେ ଫ୍ଲୁ କୀଟାଣୁ ବେଶି ବ୍ୟାପିଥାଏ। ତାହା ଇମ୍ୟୁନୋ ସିଷ୍ଟମ ଉପରେ ପ୍ରଭାବ ପକାଏ। ସୁସ୍ଥକର ଖାଦ୍ୟ ଖାଇବା ସହ ପ୍ରଚୁର ପାଣି ପିଇ, ବ୍ୟାୟ୍ୟାମ କଲେ ଏହି ରୋଗକୁ ଆୟତ୍ତ କରିହେବ।
ତ୍ୱଚା ଶୁଷ୍କ ହୋଇଥିବା ଶୀତ ଦିନରେ ଏକ ସାଧାରଣ କଥା। ତ୍ୱଚା ରୁକ୍ଷ ହୋଇଯିବା, ରକ୍ତ ବହିବା, ସଂକ୍ରମଣ ଆଦି ବହୁତ କିଛି ହୋଇଥାଏ। ମଶ୍ଚୁରାଇଜିଂ ସାବୁନ୍, କ୍ରିମ୍ ବ୍ୟବହାର କରି ଏହି ସମସ୍ୟାକୁ ଦୂରେଇ ଦିଅନ୍ତୁ। ଆପଣ ଘରୋଇ ନଡ଼ିଆ ତୈଳକୁ ବି ବ୍ୟବହାର କରିପାରିବେ।
ଗଣ୍ଠି ବିନ୍ଧା ବି ହୋଇଥାଏ । ଶୀତ ଦିନେ ଜାକିଯୁକି ହୋଇ ଶୋଇବା ହେତୁ ଏପରି ସମସ୍ୟା ଉପୁଜିଥାଏ। ଏହି ସମସ୍ୟା ଦୂର ପାଇଁ ପ୍ରଚୁର ବ୍ୟାୟ୍ୟାମ କରିବାର ଆବଶ୍ୟକତା ରହିଛି।
ଶ୍ୱାସ ରୋଗୀମାନଙ୍କର ଏହି ଦିନେ ଶ୍ୱାସ ସମସ୍ୟା ବାହାରିଥାଏ। ଏମାନଙ୍କୁ ଖାଦ୍ୟ ଓ ପାନୀୟରେ ବିଶେଷ ଧ୍ୟାନ ଦେବାକୁ ହେବ। ଥଣ୍ଡା ଧରିବା ପରି ଖାଦ୍ୟ, ପାନୀୟ ଗ୍ରହଣ କରିବା ଅନୁଚିତ ଏହି ଦିନେ।
Powered by Froala Editor