ମମିତାଙ୍କ ଘରେ କେନ୍ଦ୍ରୀୟ ବିଜେପି ଟିମ୍
ଭୁବନେଶ୍ୱର: ମହାଲିଙ୍ଗ କଲେଜ ଶିକ୍ଷୟତ୍ରୀ ମମିତା ମେହେର ମୃତୁ୍ୟ ମାମଲାରେ ଉଠୁଛି ପଡୁଛି ରାଜ୍ୟ । ଚାରିଆଡେ ଶୁଭୁଛି ପ୍ରତିବାଦର ସ୍ୱର । ବରୋଧୀଙ୍କ ପକ୍ଷରୁ ଆନେ୍ଦାଳନ ତୀବ୍ର ହେଉଥିବାବେଳେ ମମିତାଙ୍କୁ ନ୍ୟାୟ ଦାବି କରି ଓ ଗୃହମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଚାରିଆଡେ ତୀବ୍ର ରୂପ ନେଉଛି ଆନେ୍ଦାଳନ ।
ଆଜି ମମିତାଙ୍କ ଗାଁ’ କଣ୍ଟାବାଂଝିରେ ପହଞ୍ଚି ମମିତାଙ୍କ ପରିବାରକୁ ଭେଟୁଛନ୍ତି ତିନିଜଣିଆ କେନ୍ଦ୍ରୀୟ ବିଜେପି ଟିମ୍ । ଏହି ଟିମରେ ଅଛନ୍ତି ସାଂସଦ ସୁନିତା ଦୁଗଲ, ଭାନତି ଶ୍ରୀନିବାସନ ଓ ରୁପା ମିତ୍ର । ମମିତାଙ୍କ ଗାଁ ଝରଣୀକୁ ଯାଇ ପରିବାର ସହ ଆଲୋଚନା କରୁଛନ୍ତି । ଆଲୋଚନାକରିବା ପରେ ହତ୍ୟା କରି ପୋଡି ଦିଆଯାଇଥିବା ଘଟଣାସ୍ଥଳ ପରିଦର୍ଶନ କରିବ ଏହି ଟିମ୍ ।
Powered by Froala Editor