ପୋଲିସ ଓ ବିଜେପି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି,ପୁଣି ପୋଲିସକୁ ଅଣ୍ଡା ଟମାଟୋ ମାଡ
ବ୍ରହ୍ମପୁର: ମହାଲିଙ୍ଗ କଲେଜ ଶିକ୍ଷୟତ୍ରୀ ମମିତା ମେହେର ମୃତୁ୍ୟ ମାମଲାରେ ଉଠୁଛି ପଡୁଛି ସାରା ରାଜ୍ୟ। ଚାରିଆଡେ ଶୁଭୁଛି ପ୍ରତିବାଦର ସ୍ୱର। ଦିନକୁ ଦିନ ବିରୋଧୀଙ୍କ ଆନେ୍ଦାଳନ ତୀବ୍ର ହେବାରେ ଲାଗିଛି । ମମିତାଙ୍କ ନ୍ୟାୟ ଦାବି ଓ ଗୃହମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଓ ବହିଷ୍କାର ଦାବିରେ ବ୍ରହ୍ମପୁର ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଆଜି ଏସପି ଅଫିସ ଘେରାଉ କରାଯାଇଥିଲା।
ଏହି ଆନେ୍ଦାଳନ ସମୟରେ ବିଜେପି ଯୁବମୋର୍ଚ୍ଚାର କର୍ମୀମାନେ ବ୍ୟାରିକେଟ ଭାଙ୍ଗିଦେଇଥିଲେ। ପୋଲିସ ଓ ବିଜେପି କର୍ମୀମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏହି ସମୟରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ପୋଲିସ ଉପରେ ଅଣ୍ଡା ଓ ଟମାଟୋ ମାଡ କରାଯାଇଥିଲା। ଏହି ଧସ୍ତାଧସ୍ତିରେ ଜଣେ ଡିଏସପି ଆହତ ହୋଇଥିବା ସୂଚନା ମିଳିଛି।
ଅନ୍ୟପଟେ ।ଜି ମମିତାଙ୍କ ପରିବାରକୁ ଭେଟିବେ ବିଜେପିର ତିନିଜଣିଆ କେନ୍ଦ୍ରୀୟ ଟିମ୍। ଏହି ଟିମରେ ଅଛନ୍ତି ସାଂସଦ ସୁନିତା ଦୁଗଲ, ଭାନତି ଶ୍ରୀନିବାସନ ଓ ରୁପା ମିତ୍ର। ମମିତାଙ୍କ ଗାଁ ଝରଣୀକୁ ଯାଇ ପରିବାର ସହ ଆଲୋଚନା କରିବ ଏହି ଟିମ୍ ମମିତାଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିବା ପରେ ହତ୍ୟା କରି ପୋଡି ଦିଆଯାଇଥିବା ଘଟଣାସ୍ଥଳ ପରିଦର୍ଶନ କରିବ ଏହି ଟିମ୍।
Powered by Froala Editor