ରାଜ୍ୟରେ ପ୍ରଥମଥର ଆରମ୍ଭ ହେଲା ରୋବୋଟିକ୍ ସର୍ଜରୀ
ରାଜ୍ୟରେ ପ୍ରଥମଥର ଆରମ୍ଭ ହୋଇଛି ରୋବୋଟିକ୍ ସର୍ଜରୀ । କଟକର ଶାନ୍ତି ମେମୋରିଆଲ୍ ହସ୍ପିଟାଲ୍ ପକ୍ଷରୁ ରୋବୋଟିକ୍ ସର୍ଜରୀ ଚିକିତ୍ସା ବ୍ୟବସ୍ଥା ଆରମ୍ଭ ହୋଇଛି। ଯାହାକି ରାଜ୍ୟରେ ପ୍ରଥମ ଷ୍ଟେଟ୍ ଅଫ୍ ଆର୍ଟ ରୋବୋଟିକ୍ ସର୍ଜରୀ ଉତ୍କର୍ଷ କେନ୍ଦ୍ର ବୋଲି କୁହାଯାଉଛି। ଉତ୍କର୍ଷ କେନ୍ଦ୍ର ସିଏସ୍ଆରର (ବ୍ରିଟେନ୍), ରୋବୋଟିକ୍ ଏସ୍ଏକ୍ସ ସିଷ୍ଟମ୍ (ଭେରସିଅସ୍)ର ଶୁଭାରମ୍ଭ ହୋଇଛି। ରୋବୋଟିକ୍ ସର୍ଜରିର ଦାମ୍ ଲାପାରୋସ୍କୋପିକ୍ ସର୍ଜରି ଠାରୁ ସାମାନ୍ୟ ଅଧିକ ହୋଇଥିବା ବେଳେ ଶାନ୍ତି ମେମୋରିଆଲ୍ ହସ୍ପିଟାଲରେ ଏହି ସର୍ଜରି ମେଟ୍ରୋ ସହରରେ ହେଉଥିବା ଖର୍ଚ୍ଚର ଏକ ତୃତୀୟାଂଶ ମୂଲ୍ୟରେ କରାଯିବ ବୋଲି ଶାନ୍ତି ମେମୋରିଆଲ୍ ହସ୍ପିଟାଲର ଚିଫ୍ ସର୍ଜନ ଆଣ୍ଡ୍ ସିଏମ୍ଡି ଡାକ୍ତର ଶ୍ରୀଜୟ ପଟ୍ଟନାୟକ କହିଛନ୍ତି।
ଏହି ପଦ୍ଧତିର ମ୍ୟାଗ୍ନିଫିକେସନ୍ ଜରିଆରେ ଅତି ସୂକ୍ଷ୍ମ ଜିନିଷ ବଡ଼ କରି ଦେଖା ଯାଇପାରୁଛୁ, ଯଦ୍ୱାରା ସେହି ସ୍ଥାନରେ ଥିବା ସମସ୍ୟାକୁ ଦୂର କରିବା ଡାକ୍ତରଙ୍କ ପାଇଁ ସହଜ ହେଉଛି। ବିଶେଷ କରି ନାକ, କାନ ଓ ଥାଇରଏଡ୍ ସର୍ଜରି ବେଳେ ଏହା ବିଶେଷ ସହାୟକ ହେବ ବୋଲି ଡାକ୍ତର କହିଛନ୍ତି ।
Powered by Froala Editor