ନନ୍ଦନକାନନକୁ ଆସିବ ପୋର୍ଟେବୁଲ ଜନ୍ତୁ ଅଲଟ୍ରାସାଉଣ୍ଡ ମେସିନ

ପ୍ରଥମଥର ପାଇଁ ଭୁବନେଶ୍ବରର ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ପୋର୍ଟେବୁଲ ଜନ୍ତୁ ଅଲଟ୍ରାସାଉଣ୍ଡ ମେସିନ ଆସିବ। ପିସିସିଏଫ୍ ୱାଇଲଡଲାଇଫ ଅନୁମୋଦନରେ ଅଣାଯିବ ଏହି ମେସିନ୍ । ଯାହା ଶାବକ ଜନ୍ମ ହେବାର ସମସ୍ୟାକୁ ଦୃଷ୍ଟିରେ ରଖି ଏ ମେସିନ ସହଯୋଗ କରିବ । କେତୋଟି ଜନ୍ତୁ ଶାବକ ମାଆ ପେଟରେ ରହିଛନ୍ତି, ଜନ୍ମ ହେବା ସମୟରେ ବିଭିନ୍ନ ସମସ୍ୟା ଉପୁଜୁ ଥିବା ବିଷୟରେ ଜଣାଯାଇ ପାରିବ ଏହି ଅଲଟ୍ରାସାଉଣ୍ଡ ମେସିନ୍ । ଏଥିପାଇଁ ବିଶେଷ ଡାକ୍ତରୀ ଟିମ ନିୟୋଯିତ ରହିବେ। ୪୫ ଲକ୍ଷ ଟଙ୍କାରେ ସମସ୍ତ ମେସିନ ଅଣାଯିବ ବୋଲି ସୂଚନା ଦେଇଛନ୍ତି ଉପନିର୍ଦେଶକ ସଂଜିତ କୁମାର । ଅଟ୍ରାସାଉଣ୍ଡ ମେସିନ୍କୁ ମାର୍ଚ୍ଚ ମାସ ସୁଦ୍ଧା ଅଣାଯିବ ବୋଲି କୁହାଯାଇଛି। ଏହାସହ ଅତ୍ୟାଧୁନିକ ଅପରେସନ ଥିଏଟର ଗଢ଼ାଯିବ। ଏଥିପାଇଁ ନୂତନ ଭେଟନାରୀ ଗୃହ ନିର୍ମାଣ ସରିଛି ବୋଲି ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି।
Powered by Froala Editor