ମମିତାଙ୍କ ପାଇଁ କଳା କୋଟ ପିନ୍ଧିବି: ନରସିଂହ ମିଶ୍ର
ଭୁବନେଶ୍ୱର: ଆଜି କଂଗ୍ରେସର କେନ୍ଦ୍ରୀୟ ନେତୃବୃନ୍ଦଙ୍କ ସହିତ ମୃତ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ପରିବାର ଲୋକଙ୍କୁ ଭେଟିବା ପରେ ବରିଷ୍ଠ ନେତା ତଥା ବିଧାୟକ ନରସିଂହ ମିଶ୍ର ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ମୁଁ ମମିତା ମେହେରଙ୍କୁ ନ୍ୟାୟ ଦେବା ପାଇଁ କଳା କୋଟ ପିନ୍ଧିବି । ଏହା ସହିତ ସେ କହିଛନ୍ତି ଆଜି ଦ୍ୱିତୀୟ ଥର ପାଇଁ ପୀଡିତାଙ୍କ ପରିବାର ବର୍ଗ ସହିତ ଆମେ ସମସ୍ତେ ଆଲୋଚନା କଲେ । ଆମର ଏଆଇସିସି ନେତୃବୃନ୍ଦଙ୍କ ସହିତ ସ୍ଥାନୀୟ ନେତୃବୃନ୍ଦ ଆଲୋଚନାରେ ଉପସ୍ଥିତ ଥିଲେ । ସେ କହିଛନ୍ତି ମମିତା ନ୍ୟାୟ ପାଇବା ପାଇଁ ସେମାନଙ୍କୁ ଯାହା ସାହାଯ୍ୟ ସହଯୋଗ ଆବଶ୍ୟକ ତାହା କରାଯିବ ।
ନରସିଂହ କହିଛନ୍ତି, ଏହା ଏକ ବୀଭସô ହତ୍ୟାକାଣ୍ଡ । କେବଳ ଓଡିଶା ନୁହେଁ, ସାରା ଭାରତ ବର୍ଷରେ ବୋଧହୁଏ ଏହା ଏକ ବିରଳ ଘଟଣା । ଏହି ଘଟଣାରେ ଜଣକୁ ମାରି ଶରୀରକୁ ଖଣ୍ଡ ଖଣ୍ଡ କରି ପୋଡି ଦିଆଯାଇଛି । ସବୁଠୁ ଦୁର୍ଭାଗ୍ୟର କଥା ହେଉଛି ଏଫଆଇଆର ମଧ୍ୟ ବଦଳାଇବାକୁ ଚେଷ୍ଟା କରାଯାଇଛି । ଏଫଆଇଆର ପଢି ଲାଗୁନାହିଁ ଯେ, ପରିବାର ଲୋକେ ନିଜ ଇଚ୍ଛାରେ ସେହି ଏଫଆଇଆର ଲେଖିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି, ଡିଆଇଜି କହୁଛନ୍ତି ଯେ ତଦନ୍ତ ପ୍ରାୟ ସରିଗଲାଣି । ଆଉ ତଦନ୍ତର ଆବଶ୍ୟକତା ନାହିଁ । ତା’ମାନେ ୟା ପଛରେ ଯେଉଁମାନେ ଅଛନ୍ତି ଓ ଷଡଯନ୍ତ୍ର କରିଛନ୍ତି, ସେମାନଙ୍କ ବିରୋଧରେ ଆଉ ତଦନ୍ତ ହେବ ନାହିଁ । ଏହାକୁ ସେ ନିନ୍ଦା କରୁଛନ୍ତି ଓ ବର୍ତ୍ତମାନ ଗୃହମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ବହିଷ୍କାର କରନ୍ତୁ ବୋଲି ସେ ଦାବି କରିଛନ୍ତି ।
Powered by Froala Editor