ମନୀଷ ମୃତୁ୍ୟ ମାମଲା, ବହିଷ୍କୃତ କନେଷ୍ଟେବଲଙ୍କ ଘର ରେଡ
ଭୁବନେଶ୍ୱର: ବହୁ ଚର୍ଚ୍ଚିତ ମନୀଷ ମୃତୁ୍ୟମାମଲାରେ ବହିଷ୍କୃତ ହୋଇଥିବା କନଷ୍ଟେବଲ ପ୍ରସନ୍ନଙ୍କ ଘର ରେଡ କରିଛି ଭିଜିଲାନ୍ସ । ମନୀଷଙ୍କ ମୃତୁ୍ୟ ପରେ ଖୋଲିଲା ପ୍ରସନ୍ନଙ୍କ ସାମ୍ରାଜ୍ୟର ଗୁମର । ବେଆଇନ ଭାବେ ବାର ଚଳାଉଥିବା ଅଭିଯୋଗରେ ପ୍ରସନ୍ନ ଚାକିରୀରୁ ବିହିଷ୍କୃତ ହୋଇଥିଲେ ।
ମନୀଷ ମୃତୁ୍ୟ ମାମଲାରେ ହୋଟେଲ ସାଉଥସିଟିର ଗୁମର ସାମ୍ନାକୁ ଆସିଥିଲା । ବେଆଇନ ଭାବେ ଏହି ହୋଟେଲକୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଖୋଲାଯାଉଥିଲା । ତେବେ ଆଜି ପ୍ରସନ୍ନଙ୍କ କଳ୍ପନା ସ୍ଥିତ ବାସଭବନ, ୫ଟି ଘର ଓ ଶାନ୍ତିବିହାର ଫର୍ଣ୍ଣିଚର ୱାର୍କସପ, ଡୁମଡୁମା ସ୍ଥିତ ସ୍ପାର୍କ ଫର୍ଣ୍ଣିଚର ସହ ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ ଗୁଡିକ ଉପରେ ଭିଜିଲାନ୍ସ ଚଢାଉ କରିଛି । ଏହା ସହିତ ଖୋଦ୍ଧା ଜିଲ୍ଲାରେ ଥିବାର ନୂଆପଡାର ଦୁଇ ମହାଲା ଘର ମଧ୍ୟ ରେଡ କରାଯାଉଛି । ଏଥିପାଇଁ ଭିଜିଲାନ୍ସର ୫ଟି ଟିମ ନିୟୋଜିତ ଅଛନ୍ତି । ଏହି ରେଡରେ ୨ଜଣ ଡିଏସପି ଓ ୫ଜଣ ଇନ୍ସପେକ୍ଟର ନିୟୋଜିତ ଅଛନ୍ତି ।
ସୂଚନା ଅନୁସାରେ ଯେଉଁ ବାରକୁ ମନିଷ ତାଙ୍କର କିଛି ସାଙ୍ଗ ମାନଙ୍କ ସହିତ ଯାଇଥିଲେ ଓ ଯେଉଁଠି ଘଟଣାର ସୂତ୍ରପାତ ହୋଇଥିଲା, ସେହି ବାରକୁ ବେଆଇନ ଭାବେ ନିଜ ଭାଇ ନାଁରେ ଚଲାଇଥିଲେ ପ୍ରସନ୍ନ ବେହେରା । ସେହି ସାଉଥ୍ ସିଟ୍ ହୋଟେଲ୍ ବାର ମାଲିକ ହେଉଛନ୍ତି ପ୍ରଦୁ୍ୟମ୍ନ ଜେନା । ତାଙ୍କୁ ବି ଗିରଫ କରାଯାଇଛି । ପ୍ରଦୁ୍ୟମ୍ନ ବାର୍ ଚଲାଇ ନପାରିବାରୁ ପ୍ରସନ୍ନ ଏହାକୁ ନିଜ ଭାଇଙ୍କ ନାଁରେ ଲିଜ୍ରେ ନେଇ ଚଲାଉଥିଲେ ।
Powered by Froala Editor