ଡିଆରଡିଓକୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ-କେନ୍ଦ୍ରମନ୍ତ୍ରୀ
ଭୁବନେଶ୍ବର: ଡିଆରଡିଓକୁ ଜବରଦସ୍ତ ସଫଳତା । ବଢିଲା ଭାରତର ମିସାଇଲ ଶକ୍ତି । ଅନ୍ତଃମହାଦେଶୀୟ ବାଲିଷ୍ଟିକ ମିସାଇଲ ଅଗ୍ନି-୫ର ସଫଳ ପରୀକ୍ଷଣ ହୋଇଛି । ଓଡିଶା ଉପକୂଳ ଧାମରା ନିକଟବର୍ତ୍ତୀ ଅବଦୁଲ କଲାମ ଦ୍ବୀପରୁ ଭୂପୃଷ୍ଠରୁ ଭୁପୃଷ୍ଠକୁ ନିକ୍ଷେପ କରାଯାଉଥିବା ଅନ୍ତଃମହାଦେଶୀୟ ବାଲାଷ୍ଟିକ୍ ମିସାଇଲ୍ ଅଗ୍ନି-୫ ର ସଫଳତାର ସହ ପରୀକ୍ଷଣ ହୋଇଛି । ଆଜିର ଏହି ସଫଳ ପରୀକ୍ଷଣ ପରେ ଭାରତ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ଆଜିର ଏହି ସଫଳ ପରୀକ୍ଷଣ ପରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ଟ୍ବିଟ୍ କରି ଲେଖିଛନ୍ତି, ଅଗ୍ନି-୫ର ସଫଳ ପରୀକ୍ଷଣ ପାଇଁ ଡିଆରଡିଓକୁ ଶୁଭେଚ୍ଛା ।
ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲେଖିଛନ୍ତି, ଅଗ୍ନି-୫ର ସଫଳ ପରୀକ୍ଷଣ ପାଇଁ ଡିଆରଡିଓକୁ ଶୁଭେଚ୍ଛା । ଏହି ମିସାଇଲ ୫ ହଜାର କିମି ପର୍ୟ୍ୟନ୍ତ ଟାର୍ଗେଟ ହିଟ୍ କରିପାରିବ । ଏହା ଭାରତର ମିସାଇଲ ଭଣ୍ଡାରର ଶକ୍ତି ବୃଦ୍ଧି କରିବ ।
Powered by Froala Editor