ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଆପ ସାଂସଦ
ଭୁବନେଶ୍ବର: ଓଡିଶା ଗସ୍ତରେ ଆସିଛନ୍ତି ଆମ ଆଦମୀ ପାର୍ଟୀ ତଥା ଆପ ସାଂସଦ ସଞ୍ଜୟ ସିଂହ । ବୁଧବାର ସେ ଦିଲ୍ଲୀରୁ ଭୁବନେଶ୍ବର ବିମାନ ଯାତ୍ରା କରିଥିଲେ। ଭୁବନେଶ୍ବର ବିମାନବନ୍ଦରରେ ଭିସ୍ତାରା ବିମାନ ଅବତରଣ କରିବା ସମୟରେ ଅଳ୍ପକେ ଏକ ଦୁର୍ଘଟଣାରୁ ବର୍ତ୍ତିଯାଇଥିବା ଟ୍ବିଟ କରିଛନ୍ତି ଆପ ସାଂସଦ ।ସଞ୍ଜୟ ସିଂହ ଦିଲ୍ଲୀରୁ ସକାଳ ୭ ଟା ସମୟରେ ଭିସ୍ତାରା ବିମାନରେ ଭୁବନେଶ୍ବର ଅଭିମୁଖେ ବାହାରିଥିଲେ । ସକାଳ ୯ ଟା ସମୟରେ ଭିସ୍ତାରା ବିମାନ ଭୁବନେଶ୍ବର ବିମାନବନ୍ଦରରେ ଅବତରଣ କରିବା ସମୟରେ ଯାତ୍ରୀମାନଙ୍କୁ ଥରାଇ ଦେଇଥିଲା ଏବଂ ଏକ ନିଶ୍ଚିତ ଦୁର୍ଘଟଣାକୁ ଏଡାଇ ଦେଇଥିଲା । ଦୟାକରି ଏ ଭଳି ପାଇଲଟଙ୍କଠାରୁ ଅନ୍ୟ କିଛି କାମ କରାନ୍ତୁ ନଚେତ୍ କିଛି ବଡ଼ ଅଘଟଣ ଘଟିପାରେ ବୋଲି ଭିସ୍ତାରା ପରିଚାଳନା ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଟ୍ବିଟ କରିଥିଲେ ସଞ୍ଜୟ ସିଂହ।
ସେପଟେ ବେସାମରିକ ବିମାନ ଚଳାଚଳମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏହି ଘଟଣାର ଅନୁସନ୍ଧାନ ପରେ ପଦକ୍ଷେପ ଗ୍ରହଣ କରିବୁ ବୋଲି ଟ୍ବିଟ କରିଛନ୍ତି । ଏ ଭଳି ଘଟଣା ବିଷୟରେ ସଜାଗ କରିଥିବାରୁ ସଞ୍ଜୟ ସିଂହଙ୍କୁ ଧନ୍ୟବାଦ ଦେଇଛନ୍ତି ବିମାନ ଚଳାଚଳ ମନ୍ତ୍ରୀ ।
Powered by Froala Editor