ଜୋତା ପିନ୍ଧି ପାଦ ଫୋଟକା ହେଉଥିଲେ, ଏହା କରନ୍ତୁ
ଅନେକ ସମୟରେ ଜୋତା ବା ସାଣ୍ଡାଲ ପିନ୍ଧିବା ଦ୍ୱାରା ପାଦରେ ଫୋଟକା ହୋଇଯାଏ । ଏହା ଅଧିକ ଯନ୍ତ୍ରଣା ଦେଇଥାଏ । ଏଥିପାଇଁ ଚାଲିବାକୁ ବହୁତ କଷ୍ଠ ହୋଇଥାଏ । ଯଦି ଆପଣ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ଏହି ସବୁ ଉପାୟ ଦ୍ୱାରା ଆପଣ ଏଥିରୁ ମୁକ୍ତି ପାଇପାରିବେ । ଏହି ଉପାୟ ଗୁଡିକ ହେଲା,
-ଯଦି ଜୋତା ବା ସାଣ୍ଡାଲ ପିନ୍ଧିବା ଦ୍ୱାରା, ପାଦରେ ଫୋଟକା ହୋଇ ଯନ୍ତ୍ରଣା ହେଉଥାଏ ତେବେ, ଫଟୋକା ହୋଇଥିବା ସ୍ଥାନରେ ନିମ୍ବ ଏବଂ ହଳଦୀରୁ ପ୍ରସ୍ତୁତ ପେଷ୍ଟ ଲଗାଇ ପାରିବେ । ଏହା ଲଗାଇବା ଦ୍ୱାରା ଜଳାପୋଡା କମ୍ ହେବା ସହିତ ଦାଗ ହୋଇ ନଥାଏ ।
-ଅଲିଭ୍ ତେଲରେ ବାଦାମକୁ ଗୁଣ୍ଡ କରି ପକାଇ ମିକ୍ସ କରିବେ । ତାପରେ ସେହି ମିଶ୍ରଣକୁ ନେଇ ସେ ସ୍ଥାନରେ ଲଗାଇ ମାଲିସ୍ କରିବେ । ଏହାଦ୍ୱାରା ଅତ୍ୟନ୍ତ ଆରାମ ଲାଗିଥାଏ ।
- ଏହି କ୍ଷତ ସ୍ଥାନରେ ଆଲୋଭେରା ଜେଲ ଲଗାଇବା ଦ୍ୱାରା ମଧ୍ୟ ଜ୍ୱଳନ କମ୍ ହୋଇଥାଏ । ନଚେତ୍ ଜୋତା ପିନ୍ଧିବା ପୂର୍ବରୁ ପାଦରେ ପେଟ୍ରୋଲିୟମ ଜେଲି ଲଗାଇବା ଦ୍ୱାରା, ପାଦ ଫୋଟକା ହେବାର ସମ୍ଭାବନା କମ୍ ହୋଇଥାଏ ।
-ଜୋତା ପିନ୍ଧିବା ପୂର୍ବରୁ ପାଦରେ ଅଳ୍ପ ପରିମାଣରେ ନଡିଆ ତେଲ ମାଲିସ କରିବା ଦ୍ୱାରା ମଧ୍ୟ ପାଦ ଫୋଟକା ହୋଇନଥାଏ ।
Powered by Froala Editor