ନନ୍ଦନକାନନରେ ଅଘଟଣ: ଗାଇଡ୍ ହାତକୁ ଝୁଣି ପକାଇଲା ଭାଲୁ
ନନ୍ଦନକାନନ ସଫାରୀରେ ଭାଲୁ ଆକ୍ରମଣରେ ଜଣେ ଗାଇଡ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଛି।
୩୪ ଜଣ ପର୍ଯ୍ୟଟକଙ୍କୁ ଧରି ଏକ ବସ୍ ଭାଲୁ ସଫାରୀ ଭିତରେ ପ୍ରବେଶ କରିଥିଲା। ସାଥୀରେ ଥିଲେ ଗାଇଡ୍ ନିବାସ ବେହେରା। ସଫାରୀରେ ବୁଲାବୁଲି ସାରି ପ୍ରାୟ ୪.୨୦ ମିନିଟ୍ରେ ଫେରୁଥିବା ବେଳେ ଛପି ରହିଥିବା ଗୋଟିଏ ଭାଲୁଟି ବସ୍ ଉପରକୁ ଲମ୍ଫ ମାରିଥିଲା। ଏହାପରେ ବସ୍ ଉପରେ ଡିଆଁ ଡେଇଁ କରିଥିଲା। ସେହି ସମୟରେ ନିବାସ ବେହେରା ଅଜାଣତରେ ଝରକା ବାହାରକୁ ନିଜର ହାତ ବାହାର କରିଦେଇଥିଲେ। ବସ୍ ଛାତ ଉପରେ ଡେଉଁଥିବା ଭାଲୁଟି ନିବାସଙ୍କ ଡାହାଣ ହାତକୁ ଝୁଣି ପକାଇଥିଲା। ଅନ୍ୟ କର୍ମଚାରୀ ସେଠାରେ ପହଂଚି ଭାଲୁ ଠାରୁ ଗାଇଡଙ୍କୁ ଉଦ୍ଧାର କରିଥିଲେ । ଗୁରୁତର ଅବସ୍ଥାରେ ଆହତ ଗାଇଡଙ୍କୁ ସ୍ଥାନୀୟ ହସ୍ପିଟାଲ ରେ ଭର୍ତ୍ତି କରାଯାଇଛି ବୋଲି ଉପନିର୍ଦେଶକ ସୁଚନା ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ଭାଲୁ ଆକ୍ରମଣ ନେଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ।
Powered by Froala Editor