୧ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ
କୋଭିଡ୍ କଟକଣା ଭିତରେ ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ । ବାରିପଦାର ପିଠାବଟା ଓ ଯଶୀପୁରର କାଳିଆମି ଗେଟ୍ ପଟୁ ପ୍ରବେଶ ଅନୁମତି ମିଳିଛି। ସକାଳ ୭ଟାରୁ ୯ଟା ମଧ୍ୟରେ ପ୍ରବେଶ କରିପାରିବେ ପର୍ଯ୍ୟଟକ। ଉଭୟ ପାର୍ଶ୍ୱରୁ ୬୦ଟି ଗାଡ଼ି ଯାଇପାରିବ। ଏନେଇ ସୂଚନା ଦେଇଛନ୍ତି ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ।
ଶିମିଳିପାଳରେ ରାତ୍ର ଯାପନ କରିବାକୁ ହେଲେ ଅନ୍ଲାଇନ୍ରେ ବୁକିଂ କରିପାରିବେ। ବୁକିଂ ପରେ ଅନୁମତି ମିଳିଲେ ପର୍ଯ୍ୟଟକମାନେ ରାତ୍ର ରହଣୀ କରିପାରିବେ। ଅଭୟାରଣ୍ୟ ଭିତରେ ପ୍ରବେଶ ସମୟରେ କୌଣସି ପର୍ଯ୍ୟଟକ ପ୍ଲାଷ୍ଟି ବୋତଲ ନେଇପାରିବେ ନାହିଁ। ପର୍ଯ୍ୟଟକଙ୍କୁ ଆକ୍ୱାଗାର୍ଡ ପାଣି ଯୋଗାଇ ଦିଆଯିବ ବୋଲି ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ କହିଛନ୍ତି। ସୂଚନାରୁ ପ୍ରକାଶ, ମହାମାରୀ କରୋନା ପାଇଁ ବନ୍ଦ ରହିଥିଲା ଅଭୟାରଣ୍ୟ। କରୋନାର କୋପ କମିବା ପରେ ଖୋଲିଥିଲା। ପରେ ମେ' ୧୫ ତାରିଖରେ ବର୍ଷା ଋତୁକୁ ଆଖି ଆଗରେ ରଖି ବନ୍ଦ କରାଯାଇଥିଲା ଅଭୟାରଣ୍ୟ।
Powered by Froala Editor