ଆଜି ଜଗା ଦର୍ଶନକୁ ନେଇ ଆସିବ ନୂଆ ଏସଓପି
ପୁରୀ: ଆଜି ପୁରୀବାସୀଙ୍କ ପାଇଁ ଜଗା ଦର୍ଶନକୁ ନେଇ ଆସିବ ନୂଆ ଏସଓପି। ବିଭିନ୍ନ ସ୍ତରରୁ ଦାବି ପରେ ଆଜି ପୁରୀବାସୀଙ୍କ ଶ୍ରୀମନ୍ଦିର ପ୍ରବେଶ ନେଇ ଆସିବ ନୂଆ ଗାଇଡଲାଇନ୍। ଦିନ ୧୨ଟାରେ ଭରଚୁଆଲ୍ ଯୋଗେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି।
ପ୍ରତ୍ୟକ ଦିନ କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେଖାଇ ପୁରୀବାସୀନ୍ଦା ଶ୍ରୀମନ୍ଦିର ଯିବା ସମ୍ଭବପର ନୁହେଁ ବୋଲି ଅଭିଯୋଗ ହୋଇଥିଲା। ଏବଂ ପୁରୀର ସମସ୍ତ ଅଧିବାସୀ ମଧ୍ୟ ଡବଲ୍ ଡୋଜ୍ ଟିକା ନେଇନାହାନ୍ତି । ତେଣୁ ଏଭଳି ସ୍ଥଳେ ସେମାନେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ରହୁଛନ୍ତି । କଟକଣା ଭିତରେ କିଭଳି ଦର୍ଶନ ବ୍ୟବସ୍ଥା କରାଯିବ ବୈଠକରେ ନିସ୍କର୍ସ ଆସିବ।
Powered by Froala Editor