ନଭେମ୍ବରରେ ଦେଶରେ ୧୭ ଦିନ ବନ୍ଦ ରହିବ ବ୍ୟାଙ୍କ

ନଭେମ୍ବର ମାସରେ ଦେଶରେ ୧୭ ଦିନ ବ୍ୟାଙ୍କ ବନ୍ଦ ରହିବ। ଦୀପାବଳି, ଗୁରୁ ନାନକ ଜୟନ୍ତୀ ଏବଂ କାର୍ତ୍ତିକ ପୂର୍ଣ୍ଣିମା ସମେତ ଅନ୍ୟ ପର୍ବ ପର୍ବାଣୀକୁ ମିଶାଇ ଦେଶର ଭିନ୍ନ ଭିନ୍ନ ରାଜ୍ୟରେ ପ୍ରାୟ ୧୧ ଦିନ ଛୁଟି ରହିବାକୁ ଥିବା ବେଳେ ୪ଟି ରବିବାର ଏବଂ ୨ଟି ଶନିବାରକୁ ମିଶାଇ ମୋଟ ୧୭ ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ କାର୍ଯ୍ୟ । କିନ୍ତୁ ସବୁ ରାଜ୍ୟରେ ଏହି ଛୁଟି ସମାନ ଭାବେ ଲାଗୁ ହେବ ନାହିଁ।
ନଭେମ୍ବର ମାସରେ ଓଡ଼ିଶାରେ ମାତ୍ର ସାତ ଦିନ ବ୍ୟାଙ୍କ ବନ୍ଦ ରହିବ। ନଭେମ୍ବର ୪ ତାରିଖ ଦୀପାବଳି ଯୋଗୁଁ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ। ଏହା ବ୍ୟତୀତ ନଭେମ୍ବର ୭, ୧୩, ୧୪, ୨୧, ୨୭ ଓ ୨୮ ତାରିଖ ଶନିବାର ଓ ରବିବାର ପଡ଼ୁଥିବାରୁ ବ୍ୟାଙ୍କ ବନ୍ଦ ରହିଛି। ପ୍ରତି ମାସର ଦ୍ବିତୀୟ ଓ ଚତୁର୍ଥ ଶନିବାର ଏବଂ ସମସ୍ତ ରବିବାର ବ୍ୟାଙ୍କ ବନ୍ଦ ରହିବ।
କାନପୁର ଏବଂ ଲକ୍ଷ୍ଣେୀରେ ଲଗାତାର ୪ରୁ ୭ ନଭେମ୍ୱର ଯାଏଁ ବ୍ୟାଙ୍କ ବନ୍ଦ ରହିବ । ଶିଲଂରେ ୧୨ରୁ ୧୪ ନଭେମ୍ୱର ଯାଏଁ ୩ ଦିନ ବ୍ୟାଙ୍କ ବନ୍ଦ ରହିବ ।
Powered by Froala Editor