୩୭୮ ଓଏଏସଙ୍କ ପାଇଁ ବଡ ଖବର, ଜାଣନ୍ତୁ କ’ଣ

ଭୁବନେଶ୍ୱର : ରାଜ୍ୟର ୩୭୮ ଓଏଏସ ଅଫିସରଙ୍କ ପାଇଁ ଏକ ଭଲ ଖବର ଆସିଛି । ୨୦୦୬ ଓଏଏସ ନିଯୁକ୍ତି ନେଇ ସ୍ୟାଟ ଯେଉଁ ରାୟ ଦେଇଥିଲେ ତାହାକୁ ହାଇକୋର୍ଟ ରଦ୍ଦ କରିଦେଇଛନ୍ତି । ଫଳରେ ସେମାନଙ୍କ ନିଯୁକ୍ତି ବୈଧ ହୋଇଛି ।
୨୦୦୬ ଓଏଏସ ନିଯୁକ୍ତି ପରୀକ୍ଷା ନେଇ କେତେକ ଛାତ୍ରଛାତ୍ରୀ ସ୍ୟାଟରେ ଅପିଲ କରିଥିଲେ । ଯେଉଁମାନେ ଚୂଡ଼ାନ୍ତ ପରୀକ୍ଷାରେ ସଫଳ ହୋଇନଥିଲେ ସେମାନଙ୍କ ମଧ୍ୟରୁ କେତେକ ସ୍ୟାଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସ୍ୟାଟ ଉଭୟଙ୍କ ପକ୍ଷର ଶୁଣାଣୀ କରିବା ପରେ ଉକ୍ତ ନିଯୁକ୍ତିକୁ ରଦ୍ଦ କରିଦେଇଥିଲେ । ଫଳରେ ୩୭୮ ଓଏଏସଙ୍କ ଭବିଷ୍ୟତ ଅନ୍ଧକାର ଭିତରକୁ ଠେଲି ହୋଇ ଯାଇଥିଲା । ଏହାପରେ ଏହି ଅଫିସରମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ପ୍ରଥମେ ମାମଲାର ଶୁଣାଣୀ ଆରମ୍ଭ କରି ସ୍ୟାଟଙ୍କ ଆଦେଶ ଉପରେ ରହିତା ଦେଶ ଜାରି କରିଥିଲେ । ତଥାପିବି ହାଇକୋର୍ଟ ଚୂଡ଼ାନ୍ତ ରାୟ ପ୍ରକାଶ କରିନଥିବାରୁ ଏହାକୁ ନେଇ ଦ୍ୱନ୍ଦ୍ୱ ସହ ଆଶଙ୍କା ବି ପ୍ରକାଶ ପାଇଥିଲା । ଦୀର୍ଘ ଦଶନ୍ଧି କାଳର ଲଢେ଼ଇ ପରେ ଏହି ଓଏଏସ ଅଫିସରଙ୍କ ପାଇଁ ଆଜି ଖୁସିଖବର ମିଳିଛି ।
Powered by Froala Editor