ମମିତା ମେହେରଙ୍କ ହତ୍ୟା ମାମଲାରେ ଥମୁନି ଝଡ, ଆଜି ନବୀନ ନିବାସ ଘେରଉ କରିବ ଛାତ୍ର କଂଗ୍ରେସ
ଭୁବନେଶ୍ୱର: ମହାଲିଙ୍ଗ କଲେଜ ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ମାମଲାରେ ଥମୁନି ଝଡ । ଏଥିପାଇଁ ଜୋର ଧରିଛି ରାଜନୀତି । ଏଥିପାଇଁ ଆଜି ବିଜେପି ପକ୍ଷରୁ ୧୨ଘଣ୍ଟିଆ ସମ୍ବଲପୁର ବନ୍ଦ ଡାକରା ଦିଆଯାଇଛି । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା, ମାମଲାର ସିବିଆଇ ତଦନ୍ତ ଏବଂ ଅଭିଯୁକ୍ତମାନଙ୍କୁ କଠୋର ଦଣ୍ଡ ଦାବି କରି ବିରୋଧୀ ଅଡି ବସିଥିବାବେଳେ ଆଜି ଭୁବନେଶ୍ୱରରେ ଛାତ୍ର କଂଗ୍ରେସ ପକ୍ଷରୁ ନବୀନ ନିବାସ ଘେରଉ କରାଯିବ । ଛାତ୍ରକଂଗ୍ରେସ ପକ୍ଷରୁ ନବୀନ ନିବାସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ । ଏଥିପାଇଁ ପୋଲିସ ପ୍ରଶାସନ ସମସ୍ତ ସଜାଗ ରହିଛନ୍ତି ଓ ନବୀନ ନିବାସ ସମ୍ମୁଖରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।
ଏହା ସହିତ ୧୨ଘଣ୍ଟିଆ ସମ୍ବଲପୁର ବନ୍ଦସକାଳୁ ସମ୍ବଲପୁର ସହରର ବିଭିନ୍ନ ସ୍ଥାନରେ ବିଜେପି କର୍ମୀମାନେ ପିକେଟିଂ କରୁଥିବାର ଦେଖିବାକୁ ମିଳିଛି । ଜିଲ୍ଲାରେ କିଛି ବସ୍ ଚଳାଚଳ କରୁଥିବା ବେଳେ ଦୋକାନବଜାର ବନ୍ଦ ରହିଥିବା ଜଣାପଡିଛି ।
ସାଧାରଣ ଜନଜୀବନ ବ୍ୟାହତ ହୋଇଥିବାର ପରିଲକ୍ଷିତ ହୋଇଛି । ତେବେ ଏହି ବନ୍ଦ ସମୟ ମଧ୍ୟରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଗୁଡିକ ଖୋଲା ରହିଛି । ଏହି ବନ୍ଦକୁ ଲୋକେ ସମର୍ଥନ କରୁଥିବା ବିଜେପି କର୍ମୀମାନେ କହିଛନ୍ତି ।
Powered by Froala Editor