ମନୀଷ ଅନୁରାଗ ହତ୍ୟା ମାମଲା, ଚାଲିଛି ତିନି ଅଭିଯୁକ୍ତଙ୍କ ଲାଏ ଡିଟେକ୍ସନ ଟେଷ୍ଟ
ଭୁବନେଶ୍ୱର: ମନୀଷ ଅନୁରାଗ ମୃତୁ୍ୟ ମାମଲା ରହସ୍ୟ ଘେରକୁ ଟାଣି ହୋଇଯାଉଛି । ଆଜି ମନୀଷ ମୃତୁ୍ୟମାମଲାରେ ଗିରଫ ହୋଇଥିବା ତିନି ଅଭିଯୁକ୍ତ ଅମ୍ରିତ, ଦିନେଶ, ମୃତୁ୍ୟଞ୍ଜୟ ଙ୍କ ଲାଏ ଡିଟେକ୍ସନ ଟେଷ୍ଟ କରାଯାଉଛି । ଭୁବନେଶ୍ୱର ଷ୍ଟେଟ ଫୋରେନ୍ସିକ୍ ଲ୍ୟାବରେ ଏହି ଟେଷ୍ଟ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ଟେଷ୍ଟରେ ସମସ୍ତଙ୍କୁ ଭିନ୍ନ ଭିନ୍ନ ପ୍ରଶ୍ନ ପଚାରାଯିବ । ଏହି ଟେଷ୍ଟ ପରେ ଘଟଣାର ସତ୍ୟତା କେତେକାଂଶରେ ସାମ୍ନାକୁ ଆସିବ ବୋଲି କୁହାଯାଉଛି ।
ସୂଚନାଥାଉକି ମନୀଷ ସାଙ୍ଗମାନଙ୍କ ସହ ଭୋଜି କରିବାକୁ ଯାଇଥିଲେ । ଏହାପରେ ସେ ହୋଟେଲ ସାଉଥସିଟିକୁ ଯାଇଥିଲେ । ସେଠାରେ ବିଲ୍ ପେମେଣ୍ଟକୁ ନେଇ ବଚସା ହୋଇଥିବା ସୂଚନା ମିଳିଥିଲା । କିନ୍ତୁ ମନୀଷ ରାତି ଅଧରେ ଏକୁଟିଆ ହୋଟେଲ ଭିତରୁ ବାହାରି ଯାଉଥିବା ସିସିଟିଭି ଫୁଟେଜରେ କଏଦ ହୋଇଥିଲା ଓ ଏହାପରେ ମନୀଷ ଘର ଲୋକଙ୍କୁ ଫୋନ କରି ଟଙ୍କା ମାଗିଥିଲେ । ପରଦିନ ପାତ୍ରପଡାର ଏକ ପୋଖରୀରୁ ମନୀଷଙ୍କ ମୃତ ଦେହ ମିଳିଥିଲା । ତେବେ ଏହି ଘଟଣାରେ ଦୁଇ ଜଣ ଆତ୍ମସମର୍ପଣ କରିଥିବାବେଳେ ଅନ୍ୟମାନଙ୍କୁ ପୋଲିସ୍ ଗିରଫ କରିଥିଲା ।
Powered by Froala Editor