ଦାଦା ବଟି ମାଗିବା ଅଭିଯୋଗରେ ଗ୍ୟାଙ୍ଗଷ୍ଟର ସକିଲର ପ୍ରେମିକା ଗିରଫ

ବିଲ୍ଡରଙ୍କୁ ଦାଦା ବଟି ମାଗିବା ଓ ତାଙ୍କୁ ଆକ୍ରମଣ କରିବା ଅଭିଯୋଗରେ ଗାଙ୍ଗଷ୍ଟର୍ ସକିଲର ଗର୍ଲଫ୍ରେଣ୍ଡ ମାନସୀ ନାୟକ ଓରଫ ବେବିକୁ କଟକର କମିଶନରେଟ୍ ପୁଲିସ୍ ଗିରଫ କରିଛି। ମାନସୀ ସହ ତା’ର ଦୁଇ ଜଣ ସହଯୋଗୀଙ୍କୁ ମଧ୍ୟ ପୁଲିସ୍ ଗିରଫ କରିଛି।
ମାନସୀଙ୍କ ଘର ହେଉଛି ଜଗତସିଂହପୁର ଜିଲ୍ଲାରେ। ଗତ ସପ୍ତାହେ ପୂର୍ବରୁ କଟକ ଶିଶୁଭବନ ଛକରେ କିଛି ଦୁର୍ବୃତ୍ତ, ବେବିର ସହାୟତାରେ ଜଣେ ବିଲଡରଙ୍କୁ ଦାଦବଟି ମାଗିଥିବା ଅଭିଯୋଗ ହୋଇଥିଲା । ଏବଂ ତାଙ୍କୁ ଆକ୍ରମଣ ମଧ୍ୟ କରିଥିଲା। ବିଲ୍ଡର ଜଣକ ଏ ନେଇ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍ ତୁରନ୍ତ ଆକ୍ସନ୍ ନେଇ ମାନସୀକୁ ଗିରଫ କରିଛି। ମାନସୀ ଓରଫ ବେବି ନାଁରେ କଟକରେ ଅନେକ ଅପରାଧିକ ମାମଲା ରହିଛି । ଏପରିକି ୨୦୧୫ ମସିହାରେ ବେବି ଏକ ହତ୍ୟା ମାମଲାରେ ଜେଲ ବି ଯାଇଥିଲା । ଆଉ ଜେଲରୁ ବାହାରିବା ପରେ ସକିଲ ପାଇଁ କାମ କରୁଥିଲା ।
Powered by Froala Editor