ପୌରାଞ୍ଚଳରେ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ : ନଭେମ୍ବର ୨୯ରେ ଚୂଡାନ୍ତ ତାଲିକା
ରାଜ୍ୟରେ ୧୦୫ ମ୍ୟୁନିସିପାଲଟି ଏବଂ ପୌରାଞ୍ଚଳରେ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ଏ ନେଇ ଆବଶ୍ୟକ ପଦକ୍ଷେପ ନେବାକୁ ରାଜ୍ୟ ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ଜିଲ୍ଲାପାଳମାନଙ୍କୁ ପତ୍ର ଲେଖି ନିର୍ଦ୍ଦେଶ ଦେଇଛନ୍ତି । ଡିସେମ୍ବର ୧୩ ମଧ୍ୟରେ ପୁନର୍ଗଠନ ଏବଂ ସଂରକ୍ଷଣ ତାଲିକା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ନଭେମ୍ବର ୯ ତାରିଖ ସୁଦ୍ଧା ୱାର୍ଡ ସ୍ତରରେ ବିଜ୍ଞପ୍ତି ପ୍ରକାଶ କରିବେ ଜିଲ୍ଲାପାଳ । ଏହାପରେ ନଭେମ୍ବର ୧୮ ତାରିଖ ଭିତରେ ତାଲିକାକୁ ନେଇ ଥିବା ଆପତ୍ତି ଓ ଅଭିଯୋଗର ଶୁଣାଣି ହେବ । ସମସ୍ତ ଆପତ୍ତି ଓ ଅଭିଯୋଗର ତର୍ଜମା କରି ନଭେମ୍ବର ୨୯ ତାରିଖରେ ଚୂଡାନ୍ତ ତାଲିକା ପ୍ରକାଶ କରାଯିବ ।
ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି, ପୁନର୍ଗଠନ ଏବଂ ସଂରକ୍ଷଣ ତାଲିକା ମିଳିବା ପରେ ତାକୁ ନିର୍ବାଚନ କମିଶନଙ୍କ ପାଖକୁ ପଠାଯିବ ଏବଂ କମିଶନ ପୌର ନିର୍ବାଚନ ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ । ଆଇନଗତ ବିବାଦ ଯୋଗୁ କେନ୍ଦ୍ରାପଡ଼ା ମ୍ୟୁନିସପାଲଟି ସମେତ ରାଉରକେଲା ଓ ସମ୍ବଲପୁର ମହାନଗର ନିଗମରେ ଏହି ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇନଥିବା ଜଣାପଡ଼ିଛି ।
Powered by Froala Editor