ଭୁବନେଶ୍ୱରରେ ପ୍ଲାଟୋ ଷ୍ଟେଜରେ ରହିଛି ସଂକ୍ରମଣ
ଭୁବନେଶ୍ୱର: ବାଣ ଫୁଟିଲେ ଫୁସଫୁସକୁ ଆଫେକ୍ଟ କରିବ । କରୋନା ସଂକ୍ରମଣ ବଢିବା କମିବା ଡାଇନାମିକ ପ୍ରୋସେସ। ଏବେ ଆମେ ଏଣ୍ଡେମିକରେ ସ୍ଥିତିରେ ଅଛେ । ଭୁବନେଶ୍ୱରରେ ତଳ ଉପର ହୋଇ ପ୍ଲାଟୋ ଷ୍ଟେଜରେ ରହିଛି ସଂକ୍ରମଣ । ଟ୍ରାନ୍ସମିସନ ହେଲା ଭଳି ପରିବେଶ ସୄଷ୍ଟି କରିବା ନାହିଁ। ଏଣ୍ଡେମିକ ଷ୍ଟେଜ ହେଲେ ବି କୋଭିଡ ରହିବ। ବୁଷ୍ଟର ଡୋଜର ଆବଶ୍ୟକତା ରହିଛି କିନ୍ତୁ ଟେକନିକାଲ କମିଟିର ଷ୍ଟଡି ରିପୋର୍ଟ ଆସିନି । ଏନେଇ ସୂଚନା ଦେଇଛନ୍ତି ବିଜୟ ମହାପାତ୍ର।
ସୂଚନାନୁସାରେ, ରାଜ୍ୟରେ କରୋନା ସଂକ୍ରମଣ ଧିରେଧିରେ କମୁଛି। ଏହାସହ ମୃତ୍ୟୁ ସଂଖ୍ୟା ବି କମୁଛି। ବର୍ତ୍ତମାନ ସ୍ଥିତିରେ ଆମକୁ ସତର୍କ ରହିବାକୁ ପଡିବ। ରାଜ୍ୟରେ ପର୍ବପର୍ବାଣୀ ଚାଲିଥିବାବେଳେ କିପରି ଭିଡ ନଜମେ ତା'ଉପରେ ଦୃଷ୍ଟି ଦେବାକୁ ପଡିବ। ଘରେ ରହି ସମସ୍ତ ପୂଜା ପୂର୍ବ କରିବାକୁ ନିର୍ଦ୍ଦେଶ ରହିଛି। ଏହା କରିବା ଦ୍ୱାରା ହିଁ ଆମେ କରୋନାକୁ ମାତ ଦେଇପାରିବା।
ଦୀପାବଳୀ’ତେବେ ଦୀପାବଳିରେ ବାଣ ଫୁଟାଇବା ଆବଶ୍ୟକତା ନାହିଁ କି ବାଣରୁ ବାହାରୁଥିବା ଖରାପ ଗ୍ୟାସ ଯୋଗୁଁ ଅସୁସ୍ଥ ହେବାର ନାହିଁ । କେବଳ ଦୀପ ଜାଳି ପର୍ବ ପାଳନ କରିବାକୁ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । କୋଭିଡ ଏକ ରୋଗ ଯାହା ଆରମ୍ଭରୁ ଲଙ୍ଗ୍ସ କୁ ସିଧାସଳଖ ଭାବରେ ପ୍ରଭାବ ପକାଇଥାଏ। ତେଣୁ ବାଣ ନିକଟରୁ ସମସ୍ତେ ଦୂରେଇ ରହିବା ଆବଶ୍ୟକ ରହିଛି । ଏନେଇ ସରକାର ଖୁବ ଶୀଘ୍ର ଏକ ଗାଇଡ଼ଲାଇନ ଆସିବ।ଏନେଇ ସୂଚନା ଦେଇଛନ୍ତି ବିଜୟ ମହାପାତ୍ର।
Powered by Froala Editor