ରିମାଣ୍ଡ ପରେ ଜେଲ୍ ଗଲା ଗୋବିନ୍ଦ ସାହୁ

ଭୁବନେଶ୍ୱର: ମହାଲିଙ୍ଗ ସନସାଇନ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ୫ ଦିନିଆ ରିମାଣ୍ଡ ଅବଧି ଶେଷ ହେବା ପରେଜେଲ ଗଲେ ଗୋବିନ୍ଦ ସାହୁ। ଗୋବିନ୍ଦଙ୍କୁ ଆଜି କଂଟାବାଞ୍ଜି ମାଜିଷ୍ଟ୍ରେଟଙ୍କ ପାଖରେ ହାଜର କରାଇଥିଲା ପୋଲିସ। ଏହା ପରେ ଗୋବିନ୍ଦ ସାହୁଙ୍କୁ ଜେଲ ପଠାଇ ଦିଆଯାଇଛି। ଏବେ କଂଟାବାଞ୍ଜି ଜେଲ ହାଜତରେ ରହିବେ ଗୋବିନ୍ଦ ସାହୁ।
ତେବେ କେବଳ ମମିତା ହତ୍ୟା ମାମଲାର ତଦନ୍ତ କରୁଥିବା ପୋଲିସ, ଗୋବିନ୍ଦଙ୍କ ବିରୋଧରେ ଆସିଥିବା ଅନ୍ୟ ଅଭିଯୋଗର ତଦନ୍ତ ନେଇ କୌଣସି ସୂଚନା ଦେଉନାହିଁ। ମମିତାଙ୍କୁ ହତ୍ୟା କରିବାରେ ଗୋବିନ୍ଦଙ୍କୁ କିଏ ସହାୟତା କରିଥିଲେ, ପୋଲିସ ବାରାକରୁ ଫେରାର ହେବା ପଛରେ କାହାର ହାତ ଥିଲା, ଏସବୁ ଏବେବି ଅସମାହିତ ହୋଇ ରହିଛି। ତେଣୁ ପୋଲିସର ତଦନ୍ତକୁ ନେଇ ସାଧାରଣରେ କେତୋଟି ପ୍ରଶ୍ନ ଉଠୁଛି।
ସେପଟେ ମମିତାଙ୍କ ହତ୍ୟା ପରେ କଲେଜ ବନ୍ଦ ରହିଥିଲା। କଲେଜ ଖୋଲିବାକୁ ନେଇ ଓ ପିଲାଙ୍କ ଭବିଷ୍ୟତକୁ ନେଇ ଅଭିଭାବକଙ୍କ ମଧ୍ୟରେ ଏକ ବୈଠକ ହୋଇଥିଲା। ଏହି ବୈଠକରେ କଲେଜ ଆଜି ଖୋଲିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ତେବେ ଆଜି କଲୋଜ ଖୋଲିଛି ବୋଲି ସୂଚନା ମିଳିଛି।
Powered by Froala Editor