ଆଜି ପ୍ରକାଶ ପାଇବ ଯୁକ୍ତ ତିନି ସ୍ପଟ ମେଧା ତାଲିକା
ଭୁବନେଶ୍ବର: ଆଜି ପ୍ରକାଶ ପାଇବ ଯୁକ୍ତ ତିନି ସ୍ପଟ ନାମଲେଖା ମେଧା ତାଲିକା । ରାଜ୍ୟର ବିଭିନ୍ନ ସ୍ବୟଂଶାସିତ ଓ ଡିଗ୍ରୀ କଲେଜରେ ଖାଲି ଥିବା ଯୁକ୍ତ ତିନି ସିଟରେ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ । ଆସନ୍ତା ୨୭ ତାରିଖରୁ ୨୮ ତାରିଖ ଆରମ୍ଭ ହେବ ସ୍ପଟ ନାମଲେଖା ।
ଯୁକ୍ତ ତିନିରେ ଖାଲିଥିବା ୧ ଲକ୍ଷ ୩ ହଜାର ସିଟ୍ରେ ସ୍ପଟ୍ ନାମଲେଖା ହେବ । ଆଜି କଲେଜର ଇ-ସ୍ପେସରେ ନାମଲେଖା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ପିଲାଙ୍କ ତାଲିକା ପ୍ରକାଶ ପାଇବ । ଆସନ୍ତାକାଲିଠୁ ୨୭ ତାରିଖ ଭିତରେ ଅନଲାଇନରେ ଫି ଦାଖଲ କରିବେ । ୨୭ ଓ ୨୮ ନାମଲେଖା ହେବ ।ନାମଲେଖା ସମୟରେ ଛାତ୍ରଛାତ୍ରୀଙ୍କ ଡକ୍ୟୁମେଣ୍ଟ ଯାଞ୍ଚ ହେବ । ପରେ ୩୦ ତାରିଖ ଭିତରେ କଲେଜ ପକ୍ଷରୁ ଇ-ସ୍ପେସ ଡାଟା ଅପଡେଟ କରାଯିବ । ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ନାମଲେଖା ଦେବା ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
Powered by Froala Editor