Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, May 31, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଚାପରୁ ମୁକ୍ତି ପାଇବାର ସରଳ ଉପାୟ

  • ଭାରତୀୟ ସେନା ଅପରେସନ ସିନ୍ଦୁର ୨.୦ ପାଇଁ ...

  • ଆମେ ବଙ୍ଗଳା ଖାଲି କରିବୁ ନାହିଁ: ରାବ୍ରୀ ...

  • ପୁଣି ବୃଦ୍ଧି ହେଲା CNG ମୂଲ୍ୟ

  • ନୂଆ ନେତା ନିର୍ବାଚନ ପାଇଁ ଆଜି କଂଗ୍ରେସ ...

  • ପ୍ରକୃତରେ ଅଣ୍ଡା ଫ୍ରିଜ୍‌ରେ ରଖିଲେ ଭଲ ନା ...

  • ସବୁବେଳେ ଭିଟାମିନ୍‌ଯୁକ୍ତ ଖାଦ୍ୟ ଖାଇଲେ ...

  • ହରମୁଜ୍ ପ୍ରଣାଳୀରେ ଜାହାଜ ଉପରେ ଆକ୍ରମଣ ...

  • ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ୍ ଓ ...

  • ଟିଏମ୍‌ସି ନେତା ଦୀପଙ୍କର ଭଟ୍ଟାଚାର୍ଯ୍ୟ ...

ରାଜ୍ୟ
Home ›› ରାଜ୍ୟ ››ଇଣ୍ଡିଆ ସ୍କିଲ୍ସ ପ୍ରତିଯୋଗିତା:ଓଡ଼ିଶାକୁ ୨୩ଟି ସ୍ୱର୍ଣ୍ଣ ଏବଂ ୨୦ଟି ରୌପ୍ୟ ପଦକ

ଇଣ୍ଡିଆ ସ୍କିଲ୍ସ ପ୍ରତିଯୋଗିତା:ଓଡ଼ିଶାକୁ ୨୩ଟି ସ୍ୱର୍ଣ୍ଣ ଏବଂ ୨୦ଟି ରୌପ୍ୟ ପଦକ

2021-10-24 04:50:45
15235
Share:
Facebook
Twitter
E-Mail
WhatsApp
Telegram
ଇଣ୍ଡିଆ ସ୍କିଲ୍ସ ପ୍ରତିଯୋଗିତା:ଓଡ଼ିଶାକୁ ୨୩ଟି ସ୍ୱର୍ଣ୍ଣ ଏବଂ ୨୦ଟି ରୌପ୍ୟ ପଦକ

ଭୁବନେଶ୍ବର: ଇଣ୍ଡିଆ ସ୍କିଲ୍ସ ୨୦୨୧ ପୂର୍ବାଞ୍ଚଳ ପ୍ରତିଯୋଗିତାରେ ଓଡ଼ିଶା ଉଲ୍ଲେଖନୀୟ ପ୍ରଦର୍ଶନ । ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଛି ଓଡ଼ିଶା । ଏହି କୌଶଳ ପ୍ରଦର୍ଶନ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିଯୋଗୀ ମୋଟ୍ ୨୩ଟି ସ୍ୱର୍ଣ୍ଣ ଏବଂ ୨୦ଟି ରୌପ୍ୟ ପଦକ ହାସଲ କରିଛନ୍ତି । ପୂର୍ବାଞ୍ଚଳର ୮ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶର ପ୍ରତିଯୋଗୀମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ।

ବିହାର ରାଜ୍ୟପାଳ ଫଗୁ ଚୌହାନ ଆଜି ଇଣ୍ଡିଆ ସ୍କିଲ୍ସ ୨୦୨୧ ଆଞ୍ଚଳିକ ପ୍ରତିଯୋଗିତାର ୯୮ ଜଣ ପଦକ ବିଜେତାମାନଙ୍କୁ ପୁରସ୍କୃତ କରିଛନ୍ତି । ପାଟନା ବାପୁ ସଭାଘର ପରିସରରେ ପୁରସ୍କାର ବିତରଣୀ କାର୍ୟ୍ୟକ୍ରମ ଆୟୋଜନ କରାଯାଇଛି । ସ୍ୱର୍ଣ୍ଣ ପଦକ ବିଜେତାମାନଙ୍କୁ ୨୧,୦୦୦ ହଜାର ଟଙ୍କା ଏବଂ ରୌପ୍ୟ ପଦକ ବିଜେତାମାନଙ୍କୁ ୧୧,୦୦୦ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି । ପୂର୍ବାଞ୍ଚଳରୁ ଓଡ଼ିଶା ସମେତ ଆଣ୍ଡାମାନ ଓ ନିକୋବର ଦ୍ୱୀପସମୂହ, ଆସାମ, ବିହାର, ଝାଡ଼ଖଣ୍ଡ, ମିଜୋରାମ, ତ୍ରିପୁରା ଓ ପଶ୍ଚିମବଙ୍ଗ ଆଦି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ଅଂଶଗ୍ରହଣ କରିଥିଲେ । ଉଭୟ ସ୍ୱର୍ଣ୍ଣ ଏବଂ ରୌପ୍ୟ ପଦକ ତାଲିକାରେ ଓଡ଼ିଶାର ପ୍ରତିଯୋଗୀମାନେ ପ୍ରଥମ ସ୍ଥାନ ହାସଲ କରିଥିଲେ ।
ଏହି ଆଞ୍ଚଳିକ ପ୍ରତିଯୋଗିତାର ୯୮ ଜଣ ବିଜେତା ଡିସେମ୍ବର ୨୦୨୧ରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । ଏଥିରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କୁ ବିଶ୍ୱ କୌଶଳ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ । ବିଶ୍ୱ କୌଶଳ ପ୍ରତିଯୋଗିତା ଅକ୍ଟୋବର ୨୦୨୨ରେ ଚୀନର ଶାଙ୍ଘାଇରେ ଅନୁଷ୍ଠିତ ହେବ ।

ପୂର୍ବାଞ୍ଚଳ ପ୍ରତିଯୋଗିତାର ଫାଇନାଲରେ ବିହାର ରାଜ୍ୟପାଳଙ୍କ ସମେତ ବିହାର ସରକାରଙ୍କ ଶ୍ରମ ସମ୍ବଳ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଜୀବେଶ କୁମାର, ବିହାର ସଡ଼କ ନିର୍ମାଣ ବିଭାଗ ମନ୍ତ୍ରୀ ନୀତିନ ନବୀନ, ଭାରତ ସରକାରଙ୍କ କୌଶଳ ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଅତୁଲ ତିୱାରୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ମୋଟ ୪୨ଟି କୌଶଳ ପ୍ରତିଯୋଗିତାରେ ୨୪୦ରୁ ଅଧିକ ପ୍ରତିଯୋଗୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ରୋଷେଇ, ରେଷ୍ଟୁରାଣ୍ଟ ସର୍ଭିସ, କନଫେକ୍ସନରୀ/ପ୍ୟାଷ୍ଟ୍ରୀ କୁକ, ବ୍ୟୁଟୀ ଥେରାପୀ, ହେୟାର ଡ୍ରେସିଂ, ମେକାନିକାଲ ଇଞ୍ଜିନିୟରିଂ ଡିଜାଇନ (ସିଏଡି), ୱେବ ଡିଜାଇନ, ଇଲେକ୍ଟ୍ରୋନିକ୍ସ, ଆଇଟି ସଫ୍ଟୱେର ସଲ୍ୟୁସନ୍ସ, ଗ୍ରାଫିକ ଡିଜାଇନ ଟେକ୍ନୋଲୋଜି, ମୋବାଇଲ ରୋବୋଟିକ୍ସ ଆଦି ବର୍ଗରେ ପ୍ରତିଯୋଗୀମାନେ ଭାଗ ନେଇଥିଲେ । ପ୍ରତିଯୋଗିତା ଅକ୍ଟୋବର ୨୦ରୁ ୨୩ ତାରିଖ ପର୍ୟ୍ୟନ୍ତ ଆୟୋଜିତ ହୋଇଥିଲା ।

ପରବର୍ତ୍ତୀ ଆଞ୍ଚଳିକ ପ୍ରତିଯୋଗିତା ପଶ୍ଚିମାଞ୍ଚଳ ପାଇଁ ଗୁଜରାଟର ଗାନ୍ଧୀନଗର ଠାରେ, ଦକ୍ଷିଣାଞ୍ଚଳ ପାଇଁ ବିଶାଖାପାଟଣାରେ ଏବଂ ଉତ୍ତରାଞ୍ଚଳ ପାଇଁ ଚଣ୍ଡିଗଡ଼ ଠାରେ ଅନୁଷ୍ଠିତ ହେବ । ଜାତୀୟ କୌଶଳ ପ୍ରତିଯୋଗିତା ଡିସେମ୍ବର ୨୦୨୧ରେ କର୍ଣ୍ଣାଟକର ବେଙ୍ଗାଲୁରୁରେ ଅନୁଷ୍ଠିତ ହେବ। ଇଣ୍ଡିଆ ସ୍କିଲ୍ସ ଜାତୀୟ ପ୍ରତିଯୋଗିତାର ବିଜେତାମାନେ ଅକ୍ଟୋବର ୨୦୨୨ରେ ଚୀନର ଶାଙ୍ଘାଇ ଠାରେ ଅନୁଷ୍ଠିତ ହେବାକୁ ଥିବା ୱାର୍ଲ୍ଡ ସ୍କିଲ୍ସ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରିବା ଲାଗି ସୁଯୋଗ ପାଇବେ ।

Powered by Froala Editor

Tags 23 gold medal to odisha

Related articles Odisha News Lens 4.1

  • ଭାରତୀୟ ସେନା ଅପରେସନ ସିନ୍ଦୁର ୨.୦ ପାଇଁ ଭଲ ଭାବରେ ପ୍ରସ୍ତୁତି କରୁଛନ୍ତି: ସେନା ମୁଖ୍ୟ
    ଦେଶ-ଦେଶାନ୍ତର

    ଭାରତୀୟ ସେନା ଅପରେସନ ସିନ୍ଦୁର ୨.୦ ପାଇଁ ଭଲ ଭାବରେ ପ୍ରସ୍ତୁତି କରୁଛନ୍ତି: ସେନା ମୁଖ୍ୟ

    15110
    May 30, 2026
  • ହରମୁଜ୍ ପ୍ରଣାଳୀରେ ଜାହାଜ ଉପରେ ଆକ୍ରମଣ କଲା ଇରାନ
    ଦେଶ-ଦେଶାନ୍ତର

    ହରମୁଜ୍ ପ୍ରଣାଳୀରେ ଜାହାଜ ଉପରେ ଆକ୍ରମଣ କଲା ଇରାନ

    15676
    May 29, 2026
  • ଚାପରୁ ମୁକ୍ତି ପାଇବାର ସରଳ ଉପାୟ
    ବିଶେଷ

    ଚାପରୁ ମୁକ୍ତି ପାଇବାର ସରଳ ଉପାୟ

    14496
    May 31, 2026
  • ଟିଏମ୍‌ସି ନେତା ଦୀପଙ୍କର ଭଟ୍ଟାଚାର୍ଯ୍ୟ ଗିରଫ
    ଦେଶ-ଦେଶାନ୍ତର

    ଟିଏମ୍‌ସି ନେତା ଦୀପଙ୍କର ଭଟ୍ଟାଚାର୍ଯ୍ୟ ଗିରଫ

    15875
    May 29, 2026
  • ଆମେ ବଙ୍ଗଳା ଖାଲି କରିବୁ ନାହିଁ: ରାବ୍ରୀ ଦେବୀ
    ଦେଶ-ଦେଶାନ୍ତର

    ଆମେ ବଙ୍ଗଳା ଖାଲି କରିବୁ ନାହିଁ: ରାବ୍ରୀ ଦେବୀ

    14148
    May 30, 2026
  • ସବୁବେଳେ ଭିଟାମିନ୍‌ଯୁକ୍ତ ଖାଦ୍ୟ ଖାଇଲେ ଅବସାଦଠାରୁ ରହିବେ ଦୂରେଇ
    ବିଶେଷ

    ସବୁବେଳେ ଭିଟାମିନ୍‌ଯୁକ୍ତ ଖାଦ୍ୟ ଖାଇଲେ ଅବସାଦଠାରୁ ରହିବେ ଦୂରେଇ

    14334
    May 29, 2026
  • ନୂଆ ନେତା ନିର୍ବାଚନ ପାଇଁ ଆଜି କଂଗ୍ରେସ ବିଧାୟକ ଦଳ ବୈଠକ
    ଦେଶ-ଦେଶାନ୍ତର

    ନୂଆ ନେତା ନିର୍ବାଚନ ପାଇଁ ଆଜି କଂଗ୍ରେସ ବିଧାୟକ ଦଳ ବୈଠକ

    13440
    May 30, 2026
  • ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ୍ ଓ ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ମୂଲ୍ୟାଙ୍କନ ...
    ଦେଶ-ଦେଶାନ୍ତର

    ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ୍ ଓ ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ମୂଲ୍ୟାଙ୍କନ ...

    15798
    May 29, 2026
  • ପ୍ରକୃତରେ ଅଣ୍ଡା ଫ୍ରିଜ୍‌ରେ ରଖିଲେ ଭଲ ନା ଖରାପ ଜାଣନ୍ତୁ.....
    ବିଶେଷ

    ପ୍ରକୃତରେ ଅଣ୍ଡା ଫ୍ରିଜ୍‌ରେ ରଖିଲେ ଭଲ ନା ଖରାପ ଜାଣନ୍ତୁ.....

    14609
    May 30, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଆମେ ବଙ୍ଗଳା ଖାଲି କରିବୁ ନାହିଁ: ରାବ୍ରୀ ଦେବୀ

    14148
    May 30, 2026
  • ଦେଶ-ଦେଶାନ୍ତର

    ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ୍ ଓ ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ମୂଲ୍ୟାଙ୍କନ ତ୍ରୁଟିକୁ ନେଇ କଡା ପ୍ରତିକ୍ରିୟା ରଖିଲେ ...

    15798
    May 29, 2026
  • ବିଶେଷ

    ସବୁବେଳେ ଭିଟାମିନ୍‌ଯୁକ୍ତ ଖାଦ୍ୟ ଖାଇଲେ ଅବସାଦଠାରୁ ରହିବେ ଦୂରେଇ

    14334
    May 29, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16896
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17515
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17565
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17951
    Sep 06, 2023

ବିଶେଷ

  • ଚାପରୁ ମୁକ୍ତି ପାଇବାର ସରଳ ଉପାୟ

    14496
    May 31, 2026
  • ପ୍ରକୃତରେ ଅଣ୍ଡା ଫ୍ରିଜ୍‌ରେ ରଖିଲେ ଭଲ ନା ଖରାପ ଜାଣନ୍ତୁ.....

    14609
    May 30, 2026
  • ସବୁବେଳେ ଭିଟାମିନ୍‌ଯୁକ୍ତ ଖାଦ୍ୟ ଖାଇଲେ ଅବସାଦଠାରୁ ରହିବେ ଦୂରେଇ

    14334
    May 29, 2026
  • ସ୍ବାସ୍ଥ୍ୟ ପାଇଁ ଭିଟାମିନ୍‌ ‘ସି’ ଭାରି ଉପକାରୀ

    15341
    May 27, 2026
  • ନିଜ ମନ ପସନ୍ଦର ଗୀତ ଶୁଣିଲେ ବୃଦ୍ଧି ହୁଏ ସ୍ମରଣ ଶକ୍ତି

    14920
    May 26, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15440
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15184
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15667
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    14006
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଟିଏମ୍‌ସି ନେତା ଦୀପଙ୍କର ଭଟ୍ଟାଚାର୍ଯ୍ୟ ଗିରଫ

    15875
    May 29, 2026
  • ପ୍ରକୃତରେ ଅଣ୍ଡା ଫ୍ରିଜ୍‌ରେ ରଖିଲେ ଭଲ ନା ଖରାପ ଜାଣନ୍ତୁ.....

    14609
    May 30, 2026
  • ନୂଆ ନେତା ନିର୍ବାଚନ ପାଇଁ ଆଜି କଂଗ୍ରେସ ବିଧାୟକ ଦଳ ବୈଠକ

    13440
    May 30, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In