ଏକାଥରକେ ଜାଲରେ ପଡ଼ିଲା ୫ ଟନ୍ ଇଲିସି, ଲୋକ ଦେଖି କାବା
ଭଦ୍ରକ ଜିଲ୍ଲା ଧାମରା ପୁରୁଣା ଜେଟିରେ ଲାଗିଛି ଏକ ଟ୍ରଲର। ଯେଉଁଥିରେ ପାଖାପାଖି ୫ ଟନରୁ ଉର୍ଦ୍ଧ୍ବ ମାଛକୁ ଅନଲୋଡ଼ କରୁଛନ୍ତି ୧୦୦ରୁ ଉର୍ଦ୍ଧ୍ବ ମତ୍ସ୍ୟଜୀବୀ। ଏସବୁ ମାଛ କେଜି ପିଛା ଶହେରୁ ୧୫୦ଟଙ୍କାରେ ବିକ୍ରିହେବ । ଏହାକୁ ପଶ୍ଚିମବଙ୍ଗ ପଠାଯିବ ।
ଧାମରା ଅଞ୍ଚଳର ମାଲିକ ବିକି ମଣ୍ଡଳଙ୍କ ଇଲାବତୀ ଟଲର ଦୁଇଦିନ ପୂର୍ବେ ଧାମରାର ଗଭୀର ସମୁଦ୍ରକୁ ମାଛ ମାରିବାକୁ ଯାଇଥିଲା । ତେବେ ଜାଲରେ ହଠାତ ଏକାଥରକେ ଏତେ ପରିମାଣର ମାଛ ପଡିବା ପରେ ଏହାକୁ ନେଇ ମତ୍ସ୍ୟଜୀବୀ ଫେରି ଆସିଥିଲେ । ମାଛ ସବୁକୁ ଟ୍ରଲରରୁ କାଢି ଶ୍ରମିକ ଓ ମତ୍ସ୍ୟଜୀବୀମାନେ ପ୍ୟାକିଂ କରୁଥିବା ଜଣାପଡ଼ିଛି । ଏକାଥରକେ ଏତେ ମାଛକୁ ଦେଖିବାକୁ ଲୋକେ ଭିଡ ଜମାଇଥିଲେ । ଜାଲରେ ଥିବା ମାଛ ଗୁଡିକ ଇଲିସି ମାଛ ହୋଇଥିବାବେଳେ ଗୋଟିକର ଓଜନ ପ୍ରାୟ ୩ ଶହ ଗ୍ରାମ ଥିବା ଜଣାପଡିଛି ।
Powered by Froala Editor