Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, July 27, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବିକ୍ଷୋଭକାରୀ ଛାତ୍ରଙ୍କ ଉପରକୁ ଗୁଳି କଲେ, ...

  • ହସ୍ପିଟାଲରୁ ସୋନମ ୱାଙ୍ଗଚୁକ ହେଲେ ...

  • ବକ୍ସ ଅଫିସରେ ରେକର୍ଡ କଲେକ୍ସନ କଲା ‘ଦ ...

  • ଫିକା ପଡିବ ସୁନାର ଚମକ

  • ଅଭିଜିତଙ୍କ ପାଇଁ ଶହ ଶହ ବିବାହ ପ୍ରସ୍ତାବ

  • ନିଟ୍‌ ଛାତ୍ରୀଙ୍କ ଫାଶୀ ଲଗାଇ ଆତ୍ମହତ୍ୟା

  • ସାଉଦି ଉପରେ ଆକ୍ରମଣ : ବାବ୍ ଏଲ୍-ମାଣ୍ଡେବ ...

  • ଶିକ୍ଷା ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ ...

  • ମୋଦି ସରକାର ପେପର ଲିକ୍ ବିରୋଧରେ ...

  • 'ମନ୍ କି ବାତ' କାର୍ଯ୍ୟକ୍ରମ: ଯୁବପିଢ଼ି ...

ରାଜ୍ୟ
Home ›› ରାଜ୍ୟ ››ରାଜପଥ ପାଶ୍ୱର୍ରେ ୩୦ହଜାରଙ୍କୁ ଦିଆଯିବ ଦୁର୍ଘଟଣା ପରବର୍ତ୍ତୀ ପ୍ରାଥମିକ ଚିକିତ୍ସା ତାଲିମ

ରାଜପଥ ପାଶ୍ୱର୍ରେ ୩୦ହଜାରଙ୍କୁ ଦିଆଯିବ ଦୁର୍ଘଟଣା ପରବର୍ତ୍ତୀ ପ୍ରାଥମିକ ଚିକିତ୍ସା ତାଲିମ

2021-10-23 10:45:05
15791
Share:
Facebook
Twitter
E-Mail
WhatsApp
Telegram
ରାଜପଥ ପାଶ୍ୱର୍ରେ ୩୦ହଜାରଙ୍କୁ ଦିଆଯିବ ଦୁର୍ଘଟଣା ପରବର୍ତ୍ତୀ ପ୍ରାଥମିକ ଚିକିତ୍ସା ତାଲିମ

- ଉଠାଦୋକାନୀ, ପେଟ୍ରୋଲ ପମ୍ପ କର୍ମଚାରୀ, ପୁଲିସ୍‌କୁ ଦିଆଯିବ ପ୍ରଶିକ୍ଷଣ

- ତାଲିମ ପାଇଁ ସରକାର ଖର୍ଚ୍ଚ କରିବେ ଦୁଇ କୋଟି ଟଙ୍କା

- ରାଜପଥ ପାଶ୍ୱର୍ରୁ ହଟିବ ୧୦୦ ବ୍ଲାକ୍ ସ୍ପଟ୍‌

- ଡ୍ରାଇଭିଂ ଲାଇସେନ୍ସ ପୂର୍ବରୁ ଦୁଇ ଥର ଅନଲାଇନ୍‌, ଅଫଲାଇନ୍ ପ୍ରଶିକ୍ଷଣ ବାଧ୍ୟତାମୂଳକ

ଭୁବନେଶ୍ୱର: ରାଜ୍ୟରେ ସମସ୍ତ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ ପାଶ୍ୱର୍ରେ ଥିବା ଉଠାଦୋକାନୀ, ପୁଲିସ କର୍ମୀ, ପେଟ୍ରୋଲ ପମ୍ପ କର୍ମଚାରୀ, ଟାୟାର ଦୋକାନୀ, ଚା ଦୋକାନୀଙ୍କ ସମେତ ଅନ୍ୟମାନଙ୍କୁ ଦୁର୍ଘଟଣା ପରବର୍ତ୍ତୀ ଜରୁରୀ ଓ ପ୍ରାଥମିକ ଚିକିତ୍ସା ତାଲିମ( ଫାଷ୍ଟ ଏଡ୍ ପ୍ରି ଟ୍ରମା କେୟାର) ଦିଆଯିବ । ନଭେମ୍ବର ୮ ତାରିଖରୁ ଏହି ସ୍ୱତନ୍ତ୍ର ତାଲିମ ଅଭିଯାନ ଆରମ୍ଭ ହେବ । ୬ ମାସ ଧରି ଏହା ଚାଲିବ । ଇଣ୍ଡିଆ ଚାପ୍ଟର ଅଫ ଇଣ୍ଟରନ୍ୟାସନାଲ ରୋଡ୍ ଫେଡେରେସନ(ଆଇଆରଏଫ୍‌-ଆଇସି) ପକ୍ଷରୁ ଆୟୋଜିତ \"ଏନ୍‌ଫୋର୍ସମେଂଟ ଇନଭୋସେନ୍ ଫର ରୋଡ୍ ସେଫ୍ଟି\' ଶୀର୍ଷକ ୱେବିନାରରେ ଯୋଗ ଦେଇ ରାଜ୍ୟ ପରିବହନ ଆୟୁକ୍ତ ଅରୁଣ ବୋଥ୍ରା ଏହି ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ଦୁର୍ଘଟଣା ପରବର୍ତ୍ତୀ କିଛି ସମୟ ବହୁତ ଗୁରୁତ୍ୱପୂର୍ଣ୍ଣ । ଏହାକୁ ଗୋଲଡେନ୍ ଆୱାର କୁହାଯାଏ । ଏହି ସମୟରେ ଉପଯୁକ୍ତ ଜରୁରୀ ତଥା ପ୍ରାଥମିକ ଚିକିତ୍ସା ମିଳିଲେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିର ଜୀବନ ବଞ୍ଚିବା ସମ୍ଭାବନା ଅଧିକ । ଏଣୁ ଦୁର୍ଘଟଣା ପରେ ସମସ୍ତଙ୍କୁ ଯେଭଳି ପ୍ରାଥମିକ ଉପଚାର ମିଳିପାରିବ ସେଥିପାଇଁ ଏହି ତାଲିମ ଅଭିଯାନ ଆରମ୍ଭ ହେବ । ଏହି ଅଭିଯାନ ପାଇଁ ସରକାର ପ୍ରାୟ ଦୁଇ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

ତେବେ ରାସ୍ତାରେ ଦୁର୍ଘଟଣା କମ୍ କରିବାକୁ ଟ୍ରାଫିକ୍ ନିୟମ ଉଲଙ୍ଘନକୁ ଯାଞ୍ଚ କରିବା ସହ ରୋଡ୍ ଇଞ୍ଜିନିୟରିଂ ବା ବୈଷୟିକ ଦିଗକୁ ଧ୍ୟାନ ଦେବାକୁ ପଡିବ । ରାଜ୍ୟର ଜାତୀୟ ଓ ରାଜ୍ୟ ରାଜପଥରୁ ପ୍ରତିବର୍ଷ ପ୍ରାୟ ୩୫୦ ବ୍ଲାକ୍ ସ୍ପଟ୍ ବା ଦୁର୍ଘଟଣା ପ୍ରବଣ ଅଞ୍ଚଳ ଚିହ୍ନଟ ହୁଏ । ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଏ ବାବଦରେ ଅବଗତ କରାଯାଏ । ଅଧିକାଂଶ ବ୍ଲାକ୍ ସ୍ପଟ୍‌କୁ ଖାତାକଲମରେ ସଂଶୋଧନ କରାଯାଏ, କିନ୍ତ ବାସ୍ତବରେ ଏହା ହଟେନି । ଆସନ୍ତା ବର୍ଷ ପୁଣି ଏହି ବ୍ଲାକ୍ ସ୍ପଟ୍ ଚିହ୍ନଟ ହୁଏ । ଏଥିପାଇଁ ଦୁର୍ଘଟଣା ବଢେ । ଏହି ବ୍ଲାକ୍ ସ୍ପଟକୁ ହଟାଇବାକୁ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଛନ୍ତି । ସେହିଭଳି ଡ୍ରାଇଭିଂ ଲାଇସେନ୍ସ ଦେବା ପୂର୍ବରୁ ଦୁଇଟି ଅଫଲାଇନ୍ ଓ ଅନଲାଇନ ପ୍ରଶିକ୍ଷଣ ନେବାକୁ ହେବ । ଏହାକୁ ଏବେ ବାଧ୍ୟତାମୂଳକ କରାଯାଇଛି । ରେଡକ୍ରସ୍ ସହାୟତାରେ ଏହି ପ୍ରଶିକ୍ଷଣ ଦିଆଯିବ । ଏଥିରେ ଫାଷ୍ଟ୍ ଏଡ୍ ବା ପ୍ରାଥମିକ ଉପଚାରକୁ ବି ସାମିଲ କରାଯିବ ବୋଲି ଶ୍ରୀ ବୋଥ୍ରା କହିଛନ୍ତି ।

ରାଜ୍ୟର ବିଭିନ୍ନ ରାସ୍ତା ପାଶ୍ୱର୍ରେ ଯେଉଁ ସାଇନେଜ୍ ବୋର୍ଡ ବା ଫଳକ ଲାଗିଛି ତାହା ତ୍ରୁଟିପୂର୍ଣ୍ଣ । ଆସନ୍ତା ଦୁଇ ବର୍ଷ ଭିତରେ ରାଜ୍ୟର ଏହି ତ୍ରୁଟିପୂର୍ଣ୍ଣ ସାଇନେଜ୍ ବୋର୍ଡ ଓ ଟ୍ରାଫିକ୍ ଲାଇଟ୍‌କୁ ଠିକ୍ କରାଯିବ । ଏହାକୁ ଗ୍ଲୋବାଲ ଷ୍ଟାଣ୍ଡାର୍ଡ ବା ବିଶ୍ୱସ୍ତରୀୟ ମାନର କରିବାକୁ ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି ।

ଆଇଆରଏଫ୍‌-ଆଇସିର ସଭାପତି ସତୀଶ ପାରେଖ ୱେବିନାରରେ କହିଥିଲେ, ଉପଯୁକ୍ତ ସୁରକ୍ଷା ଓ ନିରାପତ୍ତା ପଦକ୍ଷେପ ଅଭାବରୁ ବିଶ୍ୱର ୧୧ପ୍ରତିଶତ ଦୁର୍ଘଟଣାଜନିତ ମୃତ୍ୟୁ କେବଳ ଭାରତରେ ହେଉଛି । ଉପଯୁକ୍ତ ସଡକ ସୁରକ୍ଷା ପଦକ୍ଷେପ ଯୋଗୁ ଦେଶରେ ହେଉଥିବା ଅନେକ ଗୁରୁତର ଦୁର୍ଘଟଣା ଓ ମୃତ୍ୟୁକୁ ଏଡାଇ ଦେଇ ହେବ । ଆସନ୍ତା ୨୦୩୦ସୁଦ୍ଧା ରାସ୍ତାରେ ଦୁର୍ଘଟଣାଜନିତ ମୃତ୍ୟୁକୁ ୫୦ପ୍ରତିଶତକୁ କମାଇବାକୁ ଜାତିସଂଘ ଲକ୍ଷ୍ୟ ରଖିଛି । ଏଥିପାଇଁ ଏକ ଦଶବର୍ଷିଆ କାର୍ଯ୍ୟଯୋଜନା ପ୍ରସ୍ତୁତ କରାଯାଇଛି । ଭାରତରେ ୨୦୨୫ ସୁଦ୍ଧା ଦୁର୍ଘଟଣାଜନିତ ମୃତ୍ୟୁକୁ ୫୦ପ୍ରତିଶତକୁ କମାଇବାକୁ ମନ୍ତ୍ରୀ କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ।

ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡୁ, ରାଜସ୍ଥାନ, କେରଳ ଓ କର୍ଣ୍ଣାଟକରେ ଥିବା ରାଜପଥରେ ଥିବା ୧୫୦ରୁ ୨୫୦କିଲୋମିଟର ସର୍ବାଧିକ ଦୁର୍ଘଟଣାପ୍ରବଣ ଅଞ୍ଚଳରୁ ଦୁର୍ଘଟଣା କମାଇବାକୁ ଆଇଆରଏଫ୍‌-ଆଇସି ପ୍ରୟାସ କରୁଛି । ରାଜ୍ୟ ସରକାର ଓ ଅନ୍ୟ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ମିଶି ବିଭିନ୍ନ ପଦକ୍ଷେପ ଦ୍ୱାରା ରାସ୍ତାରୁ ସମସ୍ତ ଦୁର୍ଘଟଣାଜନିତ ମୃତ୍ୟୁ କମାଇବାକୁ ପଦକ୍ଷେପ ନେଉଛି । ରୋଡ୍ ଇଞ୍ଜିନିୟରିଂ, ଏଜୁକେସନ୍‌, ଏନ୍‌ଫାର୍ସମେଂଟ ଓ ଏମର୍ଜେନ୍ସି କେୟାର ଦ୍ୱାରା ଏହି ଲକ୍ଷ୍ୟ ହାସଲ କରିବାକୁ ଉଦ୍ୟମ ଚାଲିଛି ।


Powered by Froala Editor

Tags Arun Bothra

Related articles Odisha News Lens 4.1

  • ଅଭିଜିତଙ୍କ ପାଇଁ ଶହ ଶହ ବିବାହ ପ୍ରସ୍ତାବ
    ଦେଶ-ଦେଶାନ୍ତର

    ଅଭିଜିତଙ୍କ ପାଇଁ ଶହ ଶହ ବିବାହ ପ୍ରସ୍ତାବ

    15059
    Jul 27, 2026
  • ବକ୍ସ ଅଫିସରେ ରେକର୍ଡ କଲେକ୍ସନ କଲା  ‘ଦ ଓଡିସି’
    ମନୋରଞ୍ଜନ

    ବକ୍ସ ଅଫିସରେ ରେକର୍ଡ କଲେକ୍ସନ କଲା ‘ଦ ଓଡିସି’

    13542
    Jul 27, 2026
  •  ହସ୍ପିଟାଲରୁ ସୋନମ ୱାଙ୍ଗଚୁକ ହେଲେ ଡିସଚାର୍ଜ
    ଦେଶ-ଦେଶାନ୍ତର

    ହସ୍ପିଟାଲରୁ ସୋନମ ୱାଙ୍ଗଚୁକ ହେଲେ ଡିସଚାର୍ଜ

    13735
    Jul 27, 2026
  •   'ମନ୍ କି ବାତ' କାର୍ଯ୍ୟକ୍ରମ:  ଯୁବପିଢ଼ି ହିଁ ଭାରତର ଶକ୍ତି
    ଦେଶ-ଦେଶାନ୍ତର

    'ମନ୍ କି ବାତ' କାର୍ଯ୍ୟକ୍ରମ: ଯୁବପିଢ଼ି ହିଁ ଭାରତର ଶକ୍ତି

    13799
    Jul 26, 2026
  • ନିଟ୍‌ ଛାତ୍ରୀଙ୍କ ଫାଶୀ ଲଗାଇ ଆତ୍ମହତ୍ୟା
    ଦେଶ-ଦେଶାନ୍ତର

    ନିଟ୍‌ ଛାତ୍ରୀଙ୍କ ଫାଶୀ ଲଗାଇ ଆତ୍ମହତ୍ୟା

    14433
    Jul 27, 2026
  • ବିକ୍ଷୋଭକାରୀ ଛାତ୍ରଙ୍କ ଉପରକୁ ଗୁଳି କଲେ, ନିଲମ୍ବିତ ହେଲେ କନଷ୍ଟେବଲ
    ଦେଶ-ଦେଶାନ୍ତର

    ବିକ୍ଷୋଭକାରୀ ଛାତ୍ରଙ୍କ ଉପରକୁ ଗୁଳି କଲେ, ନିଲମ୍ବିତ ହେଲେ କନଷ୍ଟେବଲ

    13464
    Jul 27, 2026
  • ଫିକା ପଡିବ ସୁନାର ଚମକ
    ବାଣିଜ୍ୟ

    ଫିକା ପଡିବ ସୁନାର ଚମକ

    13667
    Jul 27, 2026
  • ସାଉଦି ଉପରେ ଆକ୍ରମଣ : ବାବ୍ ଏଲ୍-ମାଣ୍ଡେବ ଦେଇ ଜାହାଜ ଯାତାୟାତ ହ୍ରାସ
    ଦେଶ-ଦେଶାନ୍ତର

    ସାଉଦି ଉପରେ ଆକ୍ରମଣ : ବାବ୍ ଏଲ୍-ମାଣ୍ଡେବ ଦେଇ ଜାହାଜ ଯାତାୟାତ ହ୍ରାସ

    15449
    Jul 27, 2026
  • ମୋଦି ସରକାର ପେପର ଲିକ୍ ବିରୋଧରେ ଆବଶ୍ୟକୀୟ ସଂସ୍କାର କାର୍ଯ୍ୟକାରୀ କରିବାକୁ ...
    ଦେଶ-ଦେଶାନ୍ତର

    ମୋଦି ସରକାର ପେପର ଲିକ୍ ବିରୋଧରେ ଆବଶ୍ୟକୀୟ ସଂସ୍କାର କାର୍ଯ୍ୟକାରୀ କରିବାକୁ ...

    13652
    Jul 26, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    'ମନ୍ କି ବାତ' କାର୍ଯ୍ୟକ୍ରମ: ଯୁବପିଢ଼ି ହିଁ ଭାରତର ଶକ୍ତି

    13799
    Jul 26, 2026
  • ଦେଶ-ଦେଶାନ୍ତର

    ସାଉଦି ଉପରେ ଆକ୍ରମଣ : ବାବ୍ ଏଲ୍-ମାଣ୍ଡେବ ଦେଇ ଜାହାଜ ଯାତାୟାତ ହ୍ରାସ

    15449
    Jul 27, 2026
  • ଦେଶ-ଦେଶାନ୍ତର

    ବିକ୍ଷୋଭକାରୀ ଛାତ୍ରଙ୍କ ଉପରକୁ ଗୁଳି କଲେ, ନିଲମ୍ବିତ ହେଲେ କନଷ୍ଟେବଲ

    13464
    Jul 27, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17002
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17607
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17659
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18060
    Sep 06, 2023

ବିଶେଷ

  • କଞ୍ଚା ପିଆଜ ଖାଇବା ଠାରୁ ଦୂରେଇ ରୁହନ୍ତୁ ଗର୍ଭବତୀ ମହିଳା

    15732
    Jul 25, 2026
  • ଗର୍ଲଫ୍ରେଣ୍ଡ ସହ କେମିତି କରିବେ ପ୍ରଥମ କଥାବାର୍ତ୍ତା ଜାଣନ୍ତୁ...

    15384
    Jul 22, 2026
  • କଦଳୀ ପତ୍ରରେ ଖାଇଲେ ମିଳିଥାଏ ଏହିସବୁ ଫାଇଦା

    16043
    Jul 21, 2026
  • ଭଜାବୁଟ ଚୋପାର ରହିଛି ବହୁ ଚମତ୍କାରୀ ଗୁଣ......

    14294
    Jul 18, 2026
  • ଜୋତା ଚପଲ ଆପଣଙ୍କୁ କରିଦେଇପାରେ କାଙ୍ଗାଳ, ଜାଣନ୍ତୁ ପିନ୍ଧିବାର ନିୟମ

    14567
    Jul 15, 2026

ବାଣିଜ୍ୟ

ଫିକା ପଡିବ ସୁନାର ଚମକ

ସୁନାର ଚମକ ଧିରେ ଧିରେ ଫିକା ପଡିବା ପରି ଅନୁମାନ କରାଯାଉଛି । ଜାନୁଆରୀ ୨୦୨୬ରେ ସୁନା ମୂଲ୍ୟ ପ୍ରତି ଆଉନ୍ସ ୫, ୬୦୨ର ରେକର୍ଡ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଏହା ପ୍ରାୟ ୨୮ ପ୍ରତିଶତ ହ୍ରାସ ପାଇଛି । ଗତ କିଛି ଦିନରେ ମୂଲ୍ୟ ୨ ଥର ଆଉନ୍ସ ୪ ହଜାର ତଳକୁ ଖସି ଆସିଛି । ବର୍ତ୍ତମାନ ପ୍ରାୟ ୪,୦୪୦ରେ କାରବାର ହେଉଛି ।< ...

  • ବେଦାନ୍ତ ଆଲୁମିନିୟମର କୋଇଲା ଖଣି ସୁନ୍ଦରଗଡ ଜିଲ୍ଲାରେ ନିକ୍ଷୟ ମିତ୍ର ପଦକ୍ଷେପ ଜରିଆରେ ଯକ୍ଷ୍ମା ରୋଗୀମାନଙ୍କୁ ସହାୟତା କରୁଛି

    15755
    Jul 23, 2026
  • ଖିମଜୀ ଫାଉଣ୍ଡେସନ ପକ୍ଷରୁ ରଥଯାତ୍ରା ୨୦୨୬ରେ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ସେବା

    15928
    Jul 22, 2026
  • ବେଦାନ୍ତ ଆଲୁମିନିୟମ ପ୍ରକଳ୍ପ ‘ସହଯୋଗ’ ଜରିଆରେ ସମ୍ପ୍ରଦାୟଗୁଡ଼ିକୁ ସମୟୋଚିତ ସହାୟତା ପ୍ରଦାନ କରୁଛି

    15299
    Jul 21, 2026
  • ସନ୍‌ଫିଷ୍ଟ ମାରୀ ଲାଇଟ୍‌ ପୁରୀ ରଥ ଯାତ୍ରାରେ ‘ସୂର୍ଯ୍ୟ ବରଦାନ’ ପ୍ରୟାସ ସହିତ ଭିଟାମିନ ଡି’ ସଚେତନତାକୁ ଆଗେଇ ନେଲା

    13900
    Jul 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବିକ୍ଷୋଭକାରୀ ଛାତ୍ରଙ୍କ ଉପରକୁ ଗୁଳି କଲେ, ନିଲମ୍ବିତ ହେଲେ କନଷ୍ଟେବଲ

    13464
    Jul 27, 2026
  • ବକ୍ସ ଅଫିସରେ ରେକର୍ଡ କଲେକ୍ସନ କଲା ‘ଦ ଓଡିସି’

    13542
    Jul 27, 2026
  • ହସ୍ପିଟାଲରୁ ସୋନମ ୱାଙ୍ଗଚୁକ ହେଲେ ଡିସଚାର୍ଜ

    13735
    Jul 27, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In