ଡାକ୍ତରଖାନା ଓ ମଞ୍ଜୁରିପ୍ରାପ୍ତ ଟିକାଦାନ କେନ୍ଦ୍ରରେ ମିଳିବ କୋଭିଡ ଟିକା
ନୂଆଦିଲ୍ଲୀ : ଭାରତରେ ପ୍ରସ୍ତୁତ କୋଭିଡ ଟିକା ଗୁଡ଼ିକ ଆସନ୍ତା ପହିଲାରୁ ଖୋଲା ବଜାରରେ ବିକି୍ର ପାଇଁ ଉପଲବ୍ଧ ହେବ ବୋଲି ସରକାର ଘୋଷଣା କରିଥିବା ବେଳେ ସେଗୁଡ଼ିକ କୌଣସି ଔଷଧ ଦୋକାନ ବା ଔଷଧ ଗୋଦାମରେ ମିଳିବ ନାହିଁ ବୋଲି ଜଣାଯାଇଛି । କେବଳ ଡାକ୍ତରଖାନା ଓ ମଞ୍ଜୁରିପ୍ରାପ୍ତ ଟିକାଦାନ କେନ୍ଦ୍ରରେ ହିଁ ତାହା ମିଳିପାରିବ । କାରଣ ଟିକା ନେଲା ପରେ କୌଣସି ପ୍ରକାର ପ୍ରତିକୂଳ ପାଶ୍ୱର୍ ପ୍ରତିକି୍ରୟା କୋ-ୱିନ ଆପରେ ରେକର୍ଡ ହୋଇ ରହିବ ଏବଂ ତାହାକୁ ପୁଙ୍ଖାନୁପୁଙ୍ଖ ତର୍ଜମା କରାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଡାକ୍ତର ଓ ସାଧାରଣ ଜନତାଙ୍କ ଉଦେ୍ଧଶ୍ୟରେ ସେ ପ୍ରକାରର ପାଶ୍ୱର୍ ପ୍ରତିକି୍ରୟାକୁ ଚିହ୍ନଟ କରିବା, ତଦନ୍ତ କରିବା ଓ ପରିଚାଳନା କରିବା ସମ୍ପର୍କରେ ସରକାର ଏକ ଉପଦେଶାବଳୀ ଖୁବ ଶୀଘ୍ର ପ୍ରକାଶ କରିବେ ବୋଲି ଜଣାଯାଇଛି । ସୂଚନା ଯୋଗ୍ୟ, ସ୍ୱାସ୍ଥ୍ୟ କର୍ମୀ, କୋଭିଡ-୧୯ ସମ୍ମୁଖ ଯୋଦ୍ଧା ଓ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ କେନ୍ଦ୍ର ସରକାର ମାଗଣାରେ ଟିକା ଯୋଗାଇବା ଜାରି ରଖିବା ସହ ଆସନ୍ତା ପହିଲାରୁ ସମସ୍ତ ସାବାଳକ ଟିକାକରଣ ପାଇଁ ଘୋଷଣା କରିଛନ୍ତି ।
Powered by Froala Editor