୨ କିଲୋ ବ୍ରାଉନସୁଗର ଜବତ, ୩ ଗିରଫ
ବାଲେଶ୍ବର: ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ବିଦ୍ୟାଧରପୁର ଗାଁରୁ ୨ କିଲୋ ବ୍ରାଉନସୁଗର ଜବତ । ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ଦୁଇ କୋଟି ଟଙ୍କା ହୋଇଥିବା ଜଣାପଡିଛି । ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି ।
ସୂଚନାଯୋଗ୍ୟ, ବସ୍ତା ଥାନା ବିଦ୍ୟାଧରପୁର ଗ୍ରାମରେ ବ୍ରାଉନସୁଗର କାରବାର ନେଇ ପୋଲିସ ଖବର ପାଇଥିଲା । ଏହାପରେ ଘଟଣାସ୍ଥଳରେ ଅତର୍କିତ ଚଢାଉ କରିଥିଲେ ପୋଲିସର ଏକ ସ୍ପେଶାଲ ଟିମ୍ । ତେବେ ଏହି ଚଢ଼ାଉ ବେଳେ ପୋଲିସ ଗାଡି ଉପରକୁ ଢେଲା ମାଡ଼ କରି ଗାଡିର କାଚ ଭାଙ୍ଗି ଦେଇଥିବା ସୂଚନା ମିଳିଛି ।
Powered by Froala Editor