କଟକ ନାବାଳିକା ଦୁଷ୍କର୍ମ ମାମଲାର ରାୟ ପ୍ରକାଶ, ଅଭିଯୁକ୍ତକୁ ୨୦ ବର୍ଷ କାରାଦଣ୍ଡ
କଟକ: କଟକ ନାବାଳିକା ଦୁଷ୍କର୍ମ ମାମଲାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି ପୋକ୍ସ ଅଦାଲତ। ଜରିମାନା ଅର୍ଥ ଅନାଦେୟ ହେଲେ ଅତିରିକ୍ତ ୬ ମାସ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଅଦାଲତ ରାୟରେ ଶୁଣାଇଛନ୍ତି।
୨୦୧୯ ମସିହା ଏପ୍ରିଲ ୨୯ ତାରିଖରେ କଟକ ଲାଲବାଗ ଥାନା ଅଞ୍ଚଳରେ ନାବାଳିକା ଜଣକ ଅଙ୍ଗନବାଡ଼ି ଯାଇଥିଲେ। ସେ ଅଙ୍ଗନବାଡ଼ିରୁ ଘରକୁ ଫେରୁଥିବା ବେଳେ ଅଭିଯୁକ୍ତ ଦେବେନ୍ଦ୍ର ସାମଲ ଓରଫ ଫେଲୁ ଚକଲେଟ୍ ଦେବା ବାହାନାରେ ଡାକି ନେଇଥିଲା। ପରେ ତାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା।
ଏନେଇ ପରିବାର ଲୋକେ ଅଭିଯୋଗ କରିବା ପରେ ପୁଲିସ ଦେବେନ୍ଦ୍ର ସାମଲକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି। କଟକ ପୋକ୍ସ ଅଦାଲତ ମାମଲାକୁ ବିଚାର କରି ସାକ୍ଷୀଙ୍କ ବୟାନ୍ ଓ ପ୍ରମାଣ ଆଧାରରେ ଅଭିଯୁକ୍ତ ଫେଲୁକୁ ୨୦ ବର୍ଷ ଜେଲ୍ଦଣ୍ଡା ଦେଶ ସହ ଜରିମାନା ଶୁଣାଇଛନ୍ତି।
Powered by Froala Editor