ଓସ୍କାର ଦୌଡ଼ରେ 'ଶେରନି' ଓ 'ସରଦାର ଉଧମ ସିଂହ'
୨୦୨୨ ଓସ୍କାର ଆୱାର୍ଡ ପାଇଁ 'ଶେରନି' ଓ 'ସରଦାର ଉଧମ ସିଂହ' ମନୋନୀତ ହୋଇଛି । ଫିଲ୍ମ ଫେଡେରେସନ ଅଫ ଇଣ୍ଡିଆର ୧୫ ସଦସ୍ୟଙ୍କ ଜୁରୀ ଏକେଡ଼େମୀ ଆୱାର୍ଡରେ ଭାରତର ଏଣ୍ଟ୍ରି ପାଇଁ ୧୪ ଟି ଫିଲ୍ମକୁ ସର୍ଟ ଲିଷ୍ଟ କରିଛି। ଏହି ୧୪ଟି ଫିଲ୍ମରେ ମାଲାୟାଲାମ ଫିଲ୍ମ ନାୟଡୁ, ତାମିଲ ଫିଲ୍ମ ମଣ୍ଡେଲା, ହିନ୍ଦୀ ଫିଲ୍ମ ଶେରନି ଓ ସରଦାର ଉଧମ ସିଂହ ସାମିଲ ଅଛି। ଶେରନି ଓ ସରଦାର ଉଧମ ସିଂହ ଆମାଜନ ପ୍ରାଇମରେ ରିଲିଜ ହୋଇଥିଲା। ଫିଲ୍ମ ଶେରନି ଅମିତ ମସୁରକର ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମରେ ବିଦ୍ୟା ବାଲନ ବନବିଭାଗ ଅଧିକାରୀ ଚରିତ୍ରରେ ନଜର ଆସିଛନ୍ତି । ନିକଟରେ ରିଲିଜ ହୋଇଥିବା ବିକ୍କୀ କୌଶଲଙ୍କ ଫିଲ୍ମ ସରଦାର ଉଧମ ସିଂହ, ସରଦାରଙ୍କ କାହାଣୀ ଉପରେ ଆଧାରିତ ଯିଏ ୧୯୧୯ର ଜାଲିଆବାଲାବାଗ ନରସଂହାରର ପ୍ରତିଶୋଧ ନେବାକୁ ଜଣେ ବ୍ରିଟିଶ ଅଧିକାରୀଙ୍କୁ ଗୁଳି କରିଥିଲେ। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସୁଜିତ ସରକାର। ଆସନ୍ତା ବର୍ଷ ମାର୍ଚ୍ଚ ୨୭ ତାରିଖରେ ୯୪ ତମ ଏକାଡ଼େମୀ ଆୱାର୍ଡ ଆୟୋଜିତ ହେବ।
Powered by Froala Editor