ମମିତା ହତ୍ୟା ମାମଲା:ଘଟଣାସ୍ଥଳରେ ଡିଆଇଜି ଏବଂ ଏସପି
ଭୁବନେଶ୍ୱର: କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟା ମାମଲାରେ ପର୍ଦ୍ଦାଫାସ ହୋଇସାରିଛି । କୋର୍ଟଚାଲାଣ ପରେ ଗୋବିନ୍ଦକୁ ୫ ଦିନିଆ ରିମାଣ୍ଡରେ ଆଣିଛି ପୋଲିସ । ସତ ଓଗାଳୁଛି ଗୋବିନ୍ଦ ସାହୁ। ଆଜି ଘଟଣାସ୍ଥଳ ମହାଲିଙ୍ଗରେ ପହଞ୍ଚିଛନ୍ତି ଉତ୍ତରାଞ୍ଚଳ ଡିଆଇଜି ଏବଂ ବଲାଙ୍ଗିର ଏସପି।
ଘଟଣାରେ ଗିରଫ ହୋଇଥିବା ଗୋବିନ୍ଦ ସାହୁ ନିଜର ଦୋଷ ସ୍ୱୀକାର କରିବା ପରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିଛି । ସେମାନେ ମମିତାଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ସ୍ଥାନ ପରିଦର୍ଶନ କରିବେ ।
ଅନ୍ୟପଟେ ରିମାଣ୍ଡରେ ଆସି ଭାବେ ନିଜ ପାପ କାହାଣୀର ସତ ବଖାଣିଛନ୍ତି ଗୋବିନ୍ଦ ସାହୁ । ଗତକାଲି ବଂଗୋମୁଣ୍ଡା କୋର୍ଟରେ ହାଜର ହେବା ପରେ ୫ ଦିନିଆ ରିମାଣ୍ଡରେ ଆସି ଏପରି ଚାଞ୍ଚଲ୍ୟକର ତଥ୍ୟ ବଖାଣିଛି ଗୋବିନ୍ଦ। ଅନୈତିକ ପ୍ରେମ ସମ୍ପର୍କକୁ ବାହାରେ ପ୍ରଘଟ କରିଦେବାର ଧମକ କାଳ ହେଲା। ଶେଷରେ ଲୋକଲଜ୍ଜା ଭୟରେ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ତଣ୍ଟି ଚିପି ହତ୍ୟା କଲେ ସନ୍ସାଇନ୍ ସ୍କୁଲ ଅଧ୍ୟକ୍ଷ ଗୋବିନ୍ଦ ସାହୁ । ହେଲେ ମମିତାଙ୍କୁ ହତ୍ୟା କରିବାଠୁ ଆରମ୍ଭ କରି ଶବ ପୋଡ଼ିବା ଓ ପୋତିବା ପର୍ୟ୍ୟନ୍ତ ଏ ନେଇ କାହାକୁ ଅବଗତ କରାଇ ନ ଥିଲେ ଗୋବିନ୍ଦ। ନିଜ ସାଥୀମାନଙ୍କ ଦ୍ୱାରା କାମ କରାଉଥିଲା, ହେଲେ ସେମାନଙ୍କୁ କାରନାମା ଜଣାଉ ନ ଥିଲେ।
Powered by Froala Editor