କୋଟିଏ ଟଙ୍କାର ଧଳାଜହର ଜବତ
ଭୁବନେଶ୍ବର: ମାତିଛନ୍ତି ବ୍ରାଉନସୁଗାର ମାଫିଆ । କୋଟିଏ ଟଙ୍କାର ବ୍ରାଉନସୁଗାର ସହିତ ବେପାରୀକୁ କାବୁ କରିଛି ଏସଟିଏଫ । ବ୍ରାଉନସୁଗାର ଡିଲ ଉପରେ ଅଚାନକ ଚଢାଉ କରିଥିଲା ଏସଟିଏଫ ।କୋଟିଏ ଟଙ୍କାର ଧଳାଜହର ଜବତ
ଟାଙ୍ଗୀ ୧୬ ନମ୍ବର ଜାତୀୟ ରାଜପଥ ରେଡ ମାରିଥିଲା ଟିମ । ରାଜ୍ୟ ବାହାରେ ବ୍ରାଉନସୁଗାର ଡେଲିଭେରି ବେଳେ ମାଫିଆକୁ ଧରିଲା ଏସଟିଏଫ। ଟାଙ୍ଗୀ ନିକଟରୁ ମୁର୍ଶିଦାବାଦର ବ୍ୟବସାୟୀ ଏସ.କେ ସାଇଫୁଲ ଓରଫ ଖୋକନକୁ ଗିରଫ କରିଛି ଟିମ । ତାପାଖରୁ ୧କିଲୋ ୪୩ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ଏକ କୋଟିରୁ ଉର୍ଦ୍ଧ୍ବ ହେବ ବୋଲି କହିଛି ଏସଟିଏଫ ।
Powered by Froala Editor