ପଥମ ଥର ପାଇଁ ପୁଅକୁ ଜେଲ୍ରେ ଭେଟିବାକୁ ପହଞ୍ଚିଲେ ଶାହରୁଖ, କୋଭିଡ ପ୍ରୋଟୋକଲରେ କଥା ହେଲେ
ଅକ୍ଟୋବର ୨୬ ତାରିଖ ଯାଏଁ ମୁମ୍ବାଇର ଆର୍ଥର ରୋଡ୍ ଜେଲ୍ରେ ରହିବେ ଆର୍ଯ୍ୟନ। କାରଣ ବୁଧବାର ଦ୍ୱିତୀୟ ଥର ପାଇଁ ଆର୍ଯ୍ୟନଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଥିଲେ ମୁମ୍ବାଇର ଏକ ସ୍ପେଶାଲ୍ କୋର୍ଟ। ଏହା ପରେ ତାଙ୍କ ଓକିଲ ବମ୍ବେ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ। ଆସନ୍ତା ମଙ୍ଗଳବାର (ଅକ୍ଟୋବର ୨୬) ତାଙ୍କ ଜାମିନ୍ ଆବେଦନ ଉପରେ ଶୁଣାଣି ହେବ ବୋଲି କହିଛନ୍ତି ବମ୍ବେ ହାଇକୋର୍ଟ।
ତେବେ ପଥମ ଥର ପାଇଁ ପୁଅକୁ ଜେଲ୍ରେ ଭେଟିବାକୁ ପହଞ୍ଚିଛନ୍ତି ଶାହରୁଖ । ଶାହାରୁଖ ପ୍ରାୟ ୯.୧୦ ରେ ୱେଟିଂ ରୁମ୍କୁ ଯାଇଥିଲେ। ବଡିଗାର୍ଡ ରବି ଏବଂ କର୍ମଚାରୀମାନେ ମଧ୍ୟ ତାଙ୍କ ସହିତ ବାହାରେ ନଜର ଆସିଥିଲେ। କୋଭିଡ ପ୍ରୋଟୋକଲ ହେତୁ ଶାହାରୁଖ ଆର୍ଯ୍ୟନଙ୍କୁ ଭେଟି ପାରୁନଥିଲେ। ଆଜିଠାରୁ ସମ୍ପର୍କୀୟମାନଙ୍କୁ ସାକ୍ଷାତ କରିବାକୁ ଅନୁମତି ଦିଆଯାଇଛି । ଯେଉଁଥିପାଇଁ ଶାହାରୁଖ ଆର୍ଯ୍ୟନଙ୍କୁ ଭେଟିବାକୁ ଯାଇଥିଲେ। ସତର୍କତା ସହିତ ସେ ୧୦ ରୁ ୧୫ ମିନିଟ୍ ପାଇଁ ସାକ୍ଷାତ କରିବାକୁ ସମୟ ପାଇଥିଲେ।
ସୂଚନାଯୋଗ୍ୟ, ଅକ୍ଟୋବର ୩ ତାରିଖରେ ଆର୍ଯ୍ୟନଙ୍କୁ ଗିରଫ କରିଥିଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି)। ଏହା ପରଠୁ ପ୍ରାୟ ୩ ସପ୍ତାହ ହେବ ଜେଲ୍ରେ ଥିବା ଆର୍ଯ୍ୟନଙ୍କ ସହିତ ତାଙ୍କ ବାପା ଶାହରୁଖ ଖାଁ ଓ ମା’ ଗୌରୀ ଖାଁ ଭିଡିଓ କଲ୍ ଯୋଗେ ଗତ ଶୁକ୍ରବାର କଥାବାର୍ତ୍ତା ହୋଇଥିଲେ।
Powered by Froala Editor