ରେଣୁକା ଚାଲିଗଲା, ସ୍ନାୟୁ ରୋଗରେ ଆକ୍ରାନ୍ତ ଥିଲା

କିଛିଦିନ ହେବ ଅସୁସ୍ଥ ହୋଇପଡ଼ିଥିବା ବାଘୁଣୀ ରେଣୁକାର ମୃତ୍ୟୁ ହୋଇଛି । ଆସନ୍ତାକାଲି ରେଣୁକାର ମୃତଦେହ ବ୍ୟବଛେଦ ପାଇଁ ପଠାଯିବା ବୋଲି ଜଣାପଡ଼ିଛି । ଅନ୍ୟପଟେ ନନ୍ଦନକାନନରେ ବାଘ ସଂଖ୍ୟା ୨୭କୁ ଖସି ଆସିଛି । ସୂଚନା ମୁତାବକ, ନନ୍ଦନକାନନରେ ଚିକିତ୍ସିତ ହେଉଥିବା ବାଘୁଣୀ ରେଣୁକା କିଛିଦିନ ତଳେ ସ୍ନାୟୁ ଜନିତ ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା । ଗତ ଦୁଇ ମାସ ଧରି ଡାକ୍ତରମାନେ ରେଣୁକାର ଚିକିତ୍ସା କରିଆସୁଥିଲେ । ହେଲେ ଆଜି ତାର ମୃତ୍ୟୁ ହୋଇଛି ।
Powered by Froala Editor