ସ୍ୱାମୀ ଆଗରେ ନଈକୁ ଡେଇଁ ଆତ୍ମହତ୍ୟା କଲେ ସ୍ତ୍ରୀ
ଲମତାପୁଟ : ସାମାନ୍ୟ ବଚସାକୁ କେନ୍ଦ୍ର କରି ସ୍ୱାମୀ ଆଗରେ ନଈକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ଜଣେ ମହିଳା । ଘଟଣା ଘଟିଛି କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପାଡୁଆ ଥାନା ଅଞ୍ଚଳରେ । ମୃତ ମହିଳା ହେଲେ କୁକୁଡ଼ାପୁଟ ଗାଁର ଜଗବନ୍ଧୁ ଖରାଙ୍କ ସ୍ତ୍ରୀ ପଦ୍ମା ଖରା (୩୮) । ନନ୍ଦପୁର ଅଗ୍ନିଶମ କର୍ମଚାରୀ ସଂଘ ୫ ଘଣ୍ଟା ପରେ ମୃତଦେହ ଉଦ୍ଧାର କରିଛନ୍ତି । ସନ୍ଧ୍ୟା ହୋଇଯାଇଥିବାରୁ ରବିବାର ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ କହିଛି । ଶନିବାର ଅପରାହ୍ନରେ ସ୍ୱାମୀଙ୍କ ସହ ପଦ୍ମା ତାଙ୍କ ବାପ ଘର କୁକୁଡ଼ାପକ୍ଷୀ ଗାଁରୁ ସାଇକେଲରେ ଫେରେୁଥିଲେ । ବାଟରେ ଉଭୟଙ୍କ ମଧ୍ୟରେ କୌଣସି କଥାରୁ ବଚସା ହୋଇଥିଲା । ପଦ୍ମା ପାଡୁଆ ବଡ଼ଦେବତା ମନ୍ଦିର ବ୍ରିଜ ଉପରୁ ହଠାତ ପାତାଳୀ ନଦୀକୁ ଡେଇଁ ପଡିଥିଲେ ।
Powered by Froala Editor