ଅକ୍ସିଜେନ ଅଭାବରୁ ୨୨ ମୃତ
ମହାରାଷ୍ଟ୍ର :ଯେତିକି ସମୟ ଗଡୁଛି, ସଂକ୍ରମିତ ତାଲିକା ସେତିକି ଲମ୍ବୁଛି । କରୋନା ମାନଚିତ୍ରର ରଙ୍ଗ ଧୀରେ ଧୀରେ ବଦଳିବାରେ ଲାଗିଛି । ଦେଶରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଦେଶରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ରାଜ୍ୟରେ ପ୍ରବେଶ କରିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଅକ୍ସିଜେନ ସପ୍ଲାଏ ବନ୍ଦ ଯୋଗୁଁ ୨୨ ଜଣଙ୍କ ମୃତୁ୍ୟ ହୋଇଛି । ମହାରାଷ୍ଟ୍ର ନାସିକରେ ଏଭଳି ଅଭାବନୀୟ ଘଟିଛି । ଅକ୍ସିଜେନ ଲିକେଜ ପରେ ୨୨ ଜଣଙ୍କ ମୃତୁ୍ୟ ହୋଇଛି । ନାସିକସ୍ଥିତ ଜାକିର ହୁସେନ ହସ୍ପିଟାଲରେ ପ୍ରଥମେ ଅକ୍ସିଜେନ ଲିକେଜ ହୋଇଥିଲା । ଲିକ ପରେ ଅକ୍ସିଜେନା ସପ୍ଲାଏ ବନ୍ଦ ଥିଲା । ଆଉ ଏଥିରେ ବର୍ତ୍ତମାନ ସୁଦ୍ଧା ୨୨ ଜଣଙ୍କ ମୃତୁ୍ୟ ହୋଇଛି । ମୃତ ସମସ୍ତ ୨୨ ରୋଗୀ ହସ୍ପିଟାଲର ଭେଣ୍ଟିଲେଟରରେ ଥିଲେ । ମୃତୁ୍ୟ ସଂଖ୍ୟା ଆହୁରି ବୃଦ୍ଧି ଘଟିପାରେ ବୋଲି କୁହାଯାଉଛି । ଯେତେବେଳେ ଏହି ଘଟଣା ଘଟିଛି, ସେତେବେଳେ ହସ୍ପିଟାଲରେ ୧୭୧ ଜଣ ରୋଗୀ ଥିଲେ। ତେବେ ଘଟଣାର ତଦନ୍ତ ହେବ ବୋଲି ଏଫଡିଏ ମନ୍ତ୍ରୀ ରାଜେନ୍ଦ୍ର ସିଙ୍ଗାନେ କହିଛନ୍ତି ।
ନାସିକ ଡାକ୍ତରଖାନାରେ ଭେଣ୍ଟିଲେଟରରେ ଥିବା ରୋଗୀଙ୍କୁ ଅମ୍ଳଜାନ ଯୋଗାଉଥିବା ଅମ୍ଳଜାନ ଟ୍ୟାଙ୍କରେ ଲିକ ହୋଇଥିବା ଦେଖିବାକୁ ମିଳିଥିଲା, ଯାହା ପାଇଁ ଅମ୍ଲଜାନ ଯୋଗାଣ ବନ୍ଦ ହୋଇଥିଲା ବୋଲି କହିଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ। ୩୦ମିନିଟ ପର୍ୟ୍ୟନ୍ତ ଅମ୍ଲଜାନ ଯୋଗାଣ ବନ୍ଦ ହେବା ପରେ ଡାକ୍ତରଖାନାରେ ଭର୍ତ୍ତି ଥିବା ରୋଗୀଙ୍କର ନିଶ୍ବାସ ନେବାରେ ଅସୁବିଧା ହୋଇଥିଲା। ଏନେଇ ଅମ୍ଳଜାନ ଆବଶ୍ୟକ କରୁଥିବା ୮୦ଜଣଙ୍କ ମଧ୍ୟରୁ ପ୍ରାୟ ୩୧ଜଣ ରୋଗୀଙ୍କୁ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ହଠାତ ଅମ୍ଲାଜାନ ଗ୍ୟାସ ଲିକ ହେବା ସହ ସ୍ଥାନୀୟ ଅଞ୍ଚଳରେ ବ୍ୟାପିବାରୁ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀର କର୍ମଚାରୀ ଆସି ଅମ୍ଲାଜାନ ଗ୍ୟାସ ଲିକକୁ ରୋକିଥିଲେ। କିନ୍ତୁ ସେତବେଳକୁ ୨୨ଜଣଙ୍କର ମୃତ୍ୟୁ ହୋଇସାରିଥିଲା।
Powered by Froala Editor