୫୦% ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ମହିଳାଙ୍କ ପାଇଁ ସଂରକ୍ଷିତ
ଭୁବନେଶ୍ବର: ପ୍ରକାଶ ପାଇଲା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଲାଗି ଚିଠା ବିଜ୍ଞପ୍ତି । ୩୦ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଲାଗି ପ୍ରକାଶ ପାଇଛି ସଂରକ୍ଷଣ ତାଲିକା । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ମହିଳାଙ୍କ ଲାଗି ୫୦ ପ୍ରତିଶତ ଅର୍ଥାତ ୧୫ ସିଟ ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି ସରକାର ।
ପ୍ରକାଶିତ ଚିଠା ସଂରକ୍ଷଣ ତାଲିକା ଅନୁସାରେ, ଅଣ ସଂରକ୍ଷିତ ବର୍ଗରେ ୧୨, ପଛୁଆ ବର୍ଗରେ ୪, ଅନୁସୂଚିତ ଜାତି ବର୍ଗରେ ୪ ଓ ଅନୁସୂଚିତ ଜନଜାତି ବର୍ଗରେ ୧୦ ଟି ବ୍ୟବସ୍ଥା କରାଯାଇଛି । ସେହିପରି ତାହା ମଧ୍ୟରେ ଅଣ ସଂରକ୍ଷିତ ବର୍ଗରେ ୬ ଜଣ ମହିଳାଙ୍କ ଲାଗି ସଂରକ୍ଷିତ କରାଯାଇଛି । ଏହା ସହ ପଛୁଆ ବର୍ଗରେ ୨, ଅନୁସୂଚିତ ଜାତିରେ ୨, ଅନୁସୂଚିତ ଜନଜାତି ବର୍ଗରେ ୫ ମହିଳାଙ୍କ ଲାଗି ସଂରକ୍ଷିତ କରାଯାଇଛି ।ଅନୁଗୁଳ ପଛୁଆ ବର୍ଗ ମହିଳାଙ୍କ ଲାଗି ସଂରକ୍ଷିତ, କଟକ ଜିଲ୍ଲା ଅନୁସୂଚିତ ଜାତି ମହିଳାଙ୍କ ଲାଗି ସଂରକ୍ଷିତ, କନ୍ଧମାଳ ଅନୁସୂଚିତ ଜନଜାତି ଲାଗି ସଂରକ୍ଷିତ, କଳାହାଣ୍ଡି ଅଣ ସଂରକ୍ଷଣ କିନ୍ତୁ ମହିଳାଙ୍କ ଲାଗି ସଂରକ୍ଷିତ, କେନ୍ଦୁଝର ପଛୁଆ ବର୍ଗ ଲାଗି ସଂରକ୍ଷିତ ।
କେନ୍ଦ୍ରାପଡା ଅଣ ସଂରକ୍ଷିତ, କୋରାପୁଟ ଅନୁସୂଚିତ ଜନଜାତି ମହିଳାଙ୍କ ଲାଗି ସଂରକ୍ଷିତ, ଖୋର୍ଦ୍ଧା ପଛୁଆ ବର୍ଗ ମହିଳାଙ୍କ ଲାଗି ସଂରକ୍ଷିତ, ଗଜପତି ପଛୁଆ ବର୍ଗ ଲାଗି ସଂରକ୍ଷିତ, ଗଞ୍ଜାମ ଅଣ ସଂରକ୍ଷଣ କିନ୍ତୁ ମହିଳାଙ୍କ ଲାଗି ସଂରକ୍ଷିତ, ଜଗତସିଂହପୁର ଅନୁସୂଚିତ ଜାତିଙ୍କ ଲାଗି ସଂରକ୍ଷିତ, ଝାରସୁଗୁଡା ଅଣ ସଂରକ୍ଷିତ, ଢେଙ୍କାନାଳ ଅଣ ସଂରକ୍ଷିତ କିନ୍ତୁ ମହିଳାଙ୍କ ଲାଗି ସଂରକ୍ଷିତ, ଦେଓଗଡ଼ ଅଣ ସଂରକ୍ଷିତ, ନବରଙ୍ଗପୁର ଅନୁସୂଚିତ ଜନଜାତି ଲାଗି ସଂରକ୍ଷିତ, ନୟାଗଡ଼ ଅନୁସୂଚିତ ଜନଜାତିର ମହିଳାଙ୍କ ଲାଗି ସଂରକ୍ଷିତ, ନୂଆପଡା ଅଣ ସଂରକ୍ଷଣ କିନ୍ତୁ ମହିଳାଙ୍କ ଲାଗି ସଂରକ୍ଷିତ ।ପୁରୀ ଅଣ ସଂରକ୍ଷଣ, ବରଗଡ଼ ଅଣ ସଂରକ୍ଷଣ କିନ୍ତୁ ମହିଳାଙ୍କ ଲାଗି ସଂରକ୍ଷିତ, ବଲାଙ୍ଗୀର ଅଣ ସଂରକ୍ଷିତ, ବାଲେଶ୍ଵର ଅନୁସୂଚିତ ଜନଜାତି ଲାଗି ସଂରକ୍ଷଣ, ବୌଦ୍ଧ ଅଣ ସଂରକ୍ଷଣ କିନ୍ତୁ ମହିଳାଙ୍କ ଲାଗି ସଂରକ୍ଷିତ, ଭଦ୍ରକ ଅନୁସୂଚିତ ଜାତି ମହିଳାଙ୍କ ଲାଗି ସଂରକ୍ଷିତ, ମୟୁରଭଞ୍ଜ ଅନୁସୂଚିତ ଜନଜାତି ଲାଗି ସଂରକ୍ଷଣ, ମାଲକାନଗିରି ଅନୁସୂଚିତ ଜନଜାତି ମହିଳାଙ୍କ ଲାଗି ସଂରକ୍ଷିତ, ଯାଜପୁର ଅନୁସୂଚିତ ଜାତି ଲାଗି ସଂରକ୍ଷଣ, ରାୟଗଡା ଅନୁସୂଚିତ ଜନଜାତି ମହିଳାଙ୍କ ଲାଗି ସଂରକ୍ଷିତ ।
ସମ୍ବଲପୁର ଅଣ ସଂରକ୍ଷିତ, ସୁନ୍ଦରଗଡ ଅନୁସୂଚିତ ଜନଜାତି ଲାଗି ସଂରକ୍ଷଣ, ସୋନପୁର ଅନୁସୂଚିତ ଜନଜାତି ମହିଳାଙ୍କ ଲାଗି ସଂରକ୍ଷିତ ।ଆସନ୍ତା ମାର୍ଚ୍ଚ ୫ ରେ ଚଳିତ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କର କାର୍ୟ୍ୟକାଳ ଶେଷ ହେବ । ତେଣୁ ନିୟମ ଅନୁସାରେ ତା’ ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ସାରିବାକୁ ସରକାର ନୀତିଗତ ନିଷ୍ପତ୍ତି ନେଇଛନ୍ତି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ ହୋଇଛି ।ଏଥିପାଇଁ ସରକାରୀ ପ୍ରସ୍ତୁତି ଜୋର ଧରିଛି । ଚଳିତ ମାସ ସୁଦ୍ଧା ସଂରକ୍ଷଣ ପ୍ରକ୍ରିୟା ଶେଷ କରି ରାଜ୍ୟ ନିର୍ବାଚନ କମିଶନଙ୍କୁ ତାଲିକା ହସ୍ତାନ୍ତର କରାଯିବ । ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବି ପାଇଁ ଶନିବାର ଚିଠା ତାଲିକା ଜାରି କରାଯାଇଥିବା ବେଳେ ୨୬ରେ ଚୂଡ଼ାନ୍ତ ତାଲିକା ପ୍ରକାଶନ କରାଯିବ । ଏହା ସହ ୨୯ ସୁଦ୍ଧା ନିର୍ବାଚନ କମିଶନଙ୍କୁ ଅବଗତ କରାଯିବ ।
Powered by Froala Editor