ଟିକାକରଣରେ ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି ସ୍ବାସ୍ଥ୍ୟ ବିଭାଗ
ଭୁବନେଶ୍ବର: ରାଜ୍ୟରେ ୭ଟି ସ୍ଥାନରେ ପ୍ରଥମ ଡୋଜ୍ ଶତ ପ୍ରତିଶତ ଟିକାକରଣ ହୋଇଛି । ରାଜ୍ୟରେ ଟିକାକରଣରେ ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି ସ୍ବାସ୍ଥ୍ୟ ବିଭାଗ । ୨ଟି ମହାନଗର ନିଗମ ଏବଂ ୫ଟି ବ୍ଳକ ରେ ପ୍ରଥମ ଡୋଜ ଟୀକାକରଣ ରେ ଶତପ୍ରତିଶତ ହୋଇଛି।
ରାଜ୍ୟରେ ସ୍ବାସ୍ଥ୍ୟ ବିଭାଗ ଟୀକାକରଣକୁ ନେଇ ରେକର୍ଡ ସୃଷ୍ଟି କରୁଛି । ଲୋକଙ୍କୁ ଟୀକା କିଭଳି ଦିଆଯିବ ସେନେଇ ମଧ୍ୟ ପ୍ଲାନ ପ୍ରସ୍ତୁତ କରାଯାଉଛି। ଟୀକାକରଣରେ ଶନିବାର ପୁଣି ଏକ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ।ରାଜ୍ୟର ଦୁଇଟି ମହାନଗରନିଗମ ଭୁବନେଶ୍ବର ଏବଂ ବ୍ରହ୍ମପୁର ମହାନଗର ନିଗମରେ ଶତପ୍ରତିଶତ ପ୍ରଥମ ଡୋଜ୍ ଟିକାକରଣ ହୋଇଛି ।ସେହିପରି ଦେଓଗଡର ରିଆମାଲ, ଗଞ୍ଜାମର ବେଲାଖୁଣ୍ଟା, କନ୍ଧମାଳର ଟିକାବାଲି, ଜି. ଉଦୟଗିରିଓ ରାଇକିଆ ବ୍ଳକରେ ପ୍ରଥମ ଡୋଜ୍ ଶତପ୍ରତିଶତ ହୋଇଛି ।ଏନେଇ ସମସ୍ତ ସ୍ବାସ୍ଥ୍ୟ କର୍ମୀ ଓ ଜନସାଧାରଣଙ୍କୁ ଧନ୍ୟବାଦ ଦେବା ସହ ଯେଉଁ ମାନେ ଟୀକା ନେବା ପାଇଁ ପଛେଇ ଯାଉଛନ୍ତି ବା ଆସିବାକୁ ପସନ୍ଦ କରୁନାହାନ୍ତି ବା ଭୁଲିଯାଉଛନ୍ତି । ସେମାନେ ଆସି ଟୀକା ନେବା ପାଇଁ ଅନୁରୋଧ କରିଛି ସ୍ବାସ୍ଥ୍ୟ ବିଭାଗ। ଏନେଇ ସ୍ବାସ୍ଥ୍ୟ ବିଭାଗ ଟୁଇଟ କରି ସୂଚନା ଦେଇଛି ।
Powered by Froala Editor