ପ୍ରଦୀପ୍ତ କୁମାର ମହାପାତ୍ର OFDCର ଅଧ୍ୟକ୍ଷ
ଭୁବନେଶ୍ବର: ଆଇଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଗତକିଛି ଦିନ ହେବ ଛୁଟିରେ ଥିବା ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ OFDCର ଅଧ୍ୟକ୍ଷ ଭାବେ ନୂଆ ଦାୟିତ୍ବ ଦେଇଛନ୍ତି ରାଜ୍ୟ ସରକାର । ଆଶ୍ଚର୍ୟ୍ୟ ଜନକ ଭାବେ ୨୮ ଦିନିଆ ଛୁଟିରେ ଯାଇଥିବା ପ୍ରଦୀପ୍ତଙ୍କୁ ଏହି ନୂଆ ଦାୟିତ୍ବ ମିଳିଛି । ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ଥିବା ୧୯୮୮ ବ୍ୟାଚର ପ୍ରଶାସନିକ ଅଧିକାରୀ ପ୍ରଦୀପ୍ତ ବ୍ୟକ୍ତିଗତ କାରଣ ଦର୍ଶାଇ ଛୁଟିରେ ଯାଇଥିଲେ ।ସେହିପରି ଙୠଊଉ ଅଧ୍ୟକ୍ଷ ଦାୟିତ୍ବରେ ଥିବା ୧୯୮୮ ବ୍ୟାଚର ପ୍ରଶାସନିକ ପରାଗ ଗୁପ୍ତାଙ୍କୁ ମିଳିଛି ନୂଆ ଦାୟିତ୍ବ । ପରାଗଙ୍କୁ ସାର୍ବଜନୀନ ଉଦ୍ୟୋଗ ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ ନୂଆ ଦାଇତ୍ବ ମିଳିଛି ।ଅନ୍ୟପଟେ ସାର୍ବଜନୀନ ଉଦ୍ୟୋଗ ବିଭାଗର ପ୍ରମୁଖ ସଚିବ ଥିବା ୧୯୯୧ ବ୍ୟାଚର ବିଜୟ ଆରୋରାଙ୍କୁ ସାଧାରଣ ପ୍ରଶାସନ ବିଭାଗକୁ ବଦଳି କରାଯାଇଛି ।
Powered by Froala Editor