କୋଭାକ୍ସିନ ସମ୍ପର୍କରେ ଏକ ବଡ଼ ସୂଚନା ବିଷୟରେ ଜାଣନ୍ତୁ
ନୂଆଦିଲ୍ଲୀ:ଯେତିକି ସମୟ ଗଡୁଛି, ସଂକ୍ରମିତ ତାଲିକା ସେତିକି ଲମ୍ବୁଛି । କରୋନା ମାନଚିତ୍ରର ରଙ୍ଗ ଧୀରେ ଧୀରେ ବଦଳିବାରେ ଲାଗିଛି । ଦେଶରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଦେଶରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ରାଜ୍ୟରେ ପ୍ରବେଶ କରିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା କୋରନା ଟିକା କୋଭାକ୍ସିନ ସମ୍ପର୍କରେ ଆଇସିଏମଆର ପକ୍ଷରୁ ଏକ ବଡ଼ ସୂଚନା ଦିଆଯାଇଛି । କୋଭିଡର ନୂଆ ଭ୍ୟାରିଏଣ୍ଟ ପ୍ରତି କୋଭାକ୍ସିନ ଅଧିକ ଫଳପ୍ରଦ ବୋଲି ଆଇସିଏମଆର ପକ୍ଷରୁ କୁହାଯାଇଛି । ବ୍ରିଟେନ ଷ୍ଟ୍ରେନ ଓ ବ୍ରାଜିଲ ଷ୍ଟ୍ରେନ ନଷ୍ଟ କରିବାରେ କୋଭାକ୍ସିନ ସମର୍ଥ । ଡବଲ ମୁ୍ୟଟାଣ୍ଟକୁ ନଷ୍ଟ କରିବାରେ କୋଭାକ୍ସିନ ବେଶୀ ସମର୍ଥ । ଗବେଷଣାରୁ କୋଭାକ୍ସିନ କରୋନାର ଡବଲ ମୁ୍ୟଟାଣ୍ଟକୁ ମାତ ଦେବାରେ ଅଧିକ ସମର୍ଥ ବୋଲି ଆଇସିଏମଆର ପକ୍ଷରୁ ସୂଚନା ଦିଆଯାଇଛି ।
ଅନ୍ୟପଟେ କୋଭିସିଲଟ ଟିକା ପାଇଁ ଦର ଧାର୍ୟ୍ୟ କରିଛି ସେରମ ଇନଷ୍ଟିଚୁ୍ୟଟ। ରାଜ୍ୟ ସରକାରଙ୍କ ପାଇଁ ଟିକା ଡୋଜ ପିଛା ଦର ୪୦୦ ଟଙ୍କା ଧାର୍ୟ୍ୟ ହୋଇଛି । ସେହିପରି ଘରୋଇ ହସ୍ପିଟାଲ ପାଇଁ ଟିକା ଡୋଜ ୬୦୦ ଟଙ୍କା ଧାର୍ୟ୍ୟ କରାଯାଇଛି । ଟିକା ଦର ନେଇ ସେରମ ସିଇଓ ଅଦର ପୁନାୱାଲା ପକ୍ଷରୁ ସୂଚନା ଦିଆଯାଇଛି ।
ପ୍ରକାଶ ଯେ, ଟିକାକରଣକୁ ଗତିଶୀଳ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ ନିୟମ କରାଯାଇଛି । ରାଜ୍ୟ ସରକାର ଓ ଘରୋଇ ହସ୍ପିଟାଲକୁ ଟିକା ଦେବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି । ଟିକ ଉପôାଦକ ରାଜ୍ୟ ଓ ଘରୋଇ ହସ୍ପିଟାଲକୁ ୫୦ ପ୍ରତିଶତ ଦେଇପାରିବେ । ମେ ୧ରୁ ୧୮ ବର୍ଷରୁ ଅଧିକ ବ୍ୟକ୍ତି ଟିକା ନେଇପାରିବେ ବୋଲି ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ।
Powered by Froala Editor