ଦେଶରେ ବଢି ଚାଲିଛି ତୈଳ ତାତି, ପୁଣି ବଢିଲା ପେଟ୍ରୋଲ-ଡିଜେଲ ଦର

ନୂଆଦିଲ୍ଲୀ: ଫିକା ପଡୁଛି ପାର୍ବଣ । ଦେଶରେ ବଢି ଚାଲିଛି ତୈଳ ତାତି । ପେଟ୍ରୋଲ-ଡିଜେଲ ଦରରେ ଲଗାଣ ବୃଦ୍ଧିରେ ହନ୍ତସନ୍ତ ସାଧାରଣ ଖାଉଟି । ଦୁଇ ଦିନର ସ୍ଥିରତା ପରେ ପୁଣି ମହଙ୍ଗା ହୋଇଛି ତୈଳ ଦର । ଗୁରୁବାର ଦେଶରେ ପେଟ୍ରୋଲ-ଡିଜେଲ ଦର ବଢାଇଛନ୍ତି ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ।
ସୂଚନା ମୁତାବକ, ପେଟ୍ରୋଲ-ଡିଜେଲ ଦରରେ ୩୦-୩୫ ପଇସା ବୃଦ୍ଧି ହୋଇଛି । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ଦାମ୍ ପ୍ରତି ଲିଟର ପିଛା ୧୦୪.୭୯ ଟଙ୍କା ଏବଂ ଡିଜେଲ ଦର ୯୩.୫୪ ଟଙ୍କା ରହିଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ୧୧୦.୭୪ ଟଙ୍କା ଏବଂ ଡିଜେଲ ୧୦୧.୪୦ ଟଙ୍କାରେ ବିକ୍ରି ହେଉଛି । ଯଦି ପାଟନା କଥା କହିବା ତାହାହେଲେ, ଏଠାରେ ଦର ଯଥାକ୍ରମେ ୧୦୮.୦୪ ଏବଂ ୧୦୦.୦୭ ଟଙ୍କା ରହିଛି ।କୋଲକାତାରେ ପେଟ୍ରୋଲ ରେଟ୍ ଲିଟର ପିଛା ୧୦୫ ଟଙ୍କା ଏବଂ ଡିଜେଲ ୯୬.୬୩ ଟଙ୍କାରେ ବିକ୍ରି ହେଉଛି । ଚେନ୍ନାଇରେ ପେଟ୍ରୋଲ ୧୦୨.୧୦ ଟଙ୍କାରେ ମିଳୁଥିବାବେଳେ ଡିଜେଲ ମଧ୍ୟ ୯୭.୯୩ ଟଙ୍କା ସହ ଶତକ ମୁହାଁ ହୋଇଛି ।ଦେଶର ପ୍ରମୁଖ ସହରଗୁଡିକୁ ବିଚାରକୁ ନେଲେ, ବାଣିଜ୍ୟ ନଗରୀ କୁହାଯାଉଥିବା ମୁମ୍ବାଇରେ ପେଟ୍ରୋଲ ସବୁଠୁ ଅଧିକ ୧୦୭ ଟଙ୍କା ଲିଟର ପିଛା ବିକ୍ରି ହେଉଛି । ଏହାବ୍ୟତୀତ ଅନେକ ରାଜ୍ୟରେ ମଧ୍ୟ ପେଟ୍ରୋଲ ଶତକ ପାର୍ କରିଥିବାବେଳେ ଡିଜେଲ ମଧ୍ୟ ଲିଷ୍ଟରେ ସାମିଲ ହେବାକୁ ପ୍ରସ୍ତୁତ ହେଉଛି ।
Powered by Froala Editor