ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଅସୁସ୍ଥ
ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଅସୁସ୍ଥ । ଦିଲ୍ଲୀ ଏମ୍ସ(AIIMS)ରେ ଭର୍ତ୍ତି ହୋଇଛନ୍ତି ମନମୋହନ ସିଂ । ହୃଦରୋଗ ଜନିତ ସମସ୍ୟା କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।
ଚଳିତ ବର୍ଷ ମହାମାରୀ କୋରୋନାରେ ସଂକ୍ରମିତ ହୋଇଥିଲେ ମନମୋହନ ସିଂ । ୧୯ ଏପ୍ରିଲରେ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ ଏମ୍ସର ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଥିଲା । ଏହାପରେ ୨୯ ଏପ୍ରିଲରେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ ମନମୋହନ ।୮୮ ବର୍ଷୀୟ ମନମୋହନ ସିଂଙ୍କ ମଧୂମେହ ରୋଗ ରହିଛି । ପୂର୍ବତନ ପ୍ରଧାନମନ୍ତ୍ରୀ ସିଂଙ୍କ ହୃଦରୋଗ କାରଣରୁ ବାଇପାସ ସର୍ଜରୀ ମଧ୍ୟ ହୋଇସାରିଛି । ୧୯୯୦ ୟୁକେରେ ହୋଇଥିଲା ତାଙ୍କର ପ୍ରଥମ ଅସ୍ତ୍ରୋପଚାର । ଏହାପରେ ୨୦୦୯ରେ ଏମ୍ସରେ ମନମୋହନଙ୍କ ଦ୍ବିତୀୟ ଅସ୍ତ୍ରୋପଚାର ମଧ୍ୟ ସଫଳ ରହିଥିଲା ।
Powered by Froala Editor