ରେଡ୍ ଜୋନକୁ ଫେରିଛି ଭୁବନେଶ୍ବର
ଭୁବନେଶ୍ବର: ପୁଣି ଭୟ ବଢାଉଛି କୋରୋନା । ରେଡ୍ ଜୋନକୁ ଫେରିଛି ରାଜଧାନୀ ଭୁବନେଶ୍ବର । ଉପର ମୁହାଁ ହେଉଛି ସଂକ୍ରମଣ ଗ୍ରାଫ ।
ଖୋର୍ଦ୍ଧା ସମେତ ରାଜଧାନୀ ଭୁବନେଶ୍ବରରେ ସଂକ୍ରମଣ ବଢୁଥିବା ଦେଖିବାକୁ ମିଳିଛି । ଏହି କାରଣରୁ ଦୀର୍ଘ ଦିନ ପରେ ରେଡ୍ ଜୋନକୁ ଫେରିଛି ଖୋର୍ଦ୍ଧା ଜିଲ୍ଲା । ଭୁବନେଶ୍ବରରେ ପଜିଟିଭ ସଂଖ୍ୟା ବଢୁଛି । ବର୍ତ୍ତମାନ ରାଜଧାନୀରେ ସକ୍ରିୟ ମାମଲା ୩ ହଜାର ୬୩୬ ରହିଛି ।ବର୍ତ୍ତମାନ ୪୦୦ରୁ ୬୦୦ ଭିତରେ ସଂକ୍ରମଣ ମାମଲା ରହୁଛି । ପାର୍ବଣ ଯୋଗୁଁ ଆଗକୁ ସଂକ୍ରମଣ ବଢିବାର ମଧ୍ୟ ଆଶଙ୍କା ରହିଛି । ଏନେଇ ଖୋର୍ଦ୍ଧାକୁ ରେଡ ଜୋନରେ ରଖାଯାଇଛି । ସେପଟେ ଲୋକଙ୍କୁ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି ଡିଏମଇଟି ନିର୍ଦ୍ଦେଶକ ।ସେପଟେ ପୂଜା ପାଇଁ ରାଜଧାନୀରେ ଜାରି ରହିଛି ନାଇଟ୍ କର୍ଫ୍ୟୁ । ଏଥିପାଇଁ ରାଜଧାନୀରେ ୨୦ ପ୍ଲାଟୁନ ପୋଲିସ ମୁତୟନ ହୋଇଛନ୍ତି । କର୍ଫ୍ୟୁ ବେଳେ ବୁଲାବୁଲି କଲେ କଡ଼ା କାର୍ୟ୍ୟାନୁଷ୍ଠାନ ନିଆଯିବା ନେଇ କମିଶନରେଟ ପୋଲିସ ଚେତେଇ ଦେଇଛି ।
Powered by Froala Editor