ଖେରି ହିଂସା :ଆଶିଷ ମିଶ୍ରଙ୍କ ଜାମିନ ନାମଞ୍ଜୁର, ଆଉ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

ଉତ୍ତରପ୍ରଦେଶ ଖେରି ହିଂସା ମାମଲାରେ ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ଥିବା କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି। ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ଅକ୍ଟୋବର ୩ରେ ଲଖିମପୁର ଖେରିରେ ଘଟିଥିବା ହିଂସା ଘଟଣାରେ ଗିରଫ ହୋଇ ଜେଲରେ ଥିବା ଆଶିଷ ମିଶ୍ର ଏବଂ ତାଙ୍କ ସହଯୋଗୀ ଆଶିଷ ପାଣ୍ଡେ ଆଜି (ବୁଧବାର) ସେସନ କୋର୍ଟରେ ଜାମିନ ଆବେଦନ କରିଥିଲେ। କିନ୍ତୁ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଚିଣ୍ଟା ରାମ ଜାମିନ ଆବେଦନର ଦୀର୍ଘ ଶୁଣାଣି କରିବା ପରେ ଜାମିନ ନାମଞ୍ଜୁର କରିଥିଲେ।
ଅନ୍ୟପଟେ ଖେରୀ ଚାଷୀ ହତ୍ୟାକାଣ୍ଡ ଘଟଣାରେ କ୍ରାଇମବ୍ରାଞ୍ଚ ପୋଲିସ ବୁଧବାର ଆଉ ଜଣଙ୍କୁ ଗିରଫ କରିଛି। ଗିରଫ ଯୁବକ ହେଉଛନ୍ତି ଅଙ୍କିତ ଦାସ ଓ ମାମଲାର ମୁଖ୍ୟ ଅଭିଯୁକ୍ତ ତଥା କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର ଟେନୀଙ୍କ ପୁଅ ଆଶିଷ ମିଶ୍ରର ଘନିଷ୍ଠ ସହଯୋଗୀ ବୋଲି ଜଣାପଡିଛି। ଘଟଣା ନେଇ ପଚରା ଉଚରା ନିମନ୍ତେ କ୍ରାଇମବ୍ରାଞ୍ଚ ଅଙ୍କିତଙ୍କୁ ଡକାଇଥିଲା। ଲକ୍ଷ୍ମୀପୁର ପୋଲିସ ଲାଇନରେ ଦୀର୍ଘ ପଚରା ଉଚରା ପରେ ତାଙ୍କୁ ଗିରଫ କରାଯାଇଛି। ଗରିଫ ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିବା ବେଳେ ଅକ୍ଟୋବର ୨୨ ତାରିଖ ପର୍ଯ୍ୟନ୍ତ ବିଚାରବିଭାଗୀୟ ହାଜତକୁ ଯାଇଛନ୍ତି।
Powered by Froala Editor