‘ପିଏମ୍ ଗତିଶକ୍ତି-ନ୍ୟାସ୍ନାଲ୍ ମାଷ୍ଟର୍ ପ୍ଲାନ୍’ର ଶୁଭାରମ୍ଭ କଲେ ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ପିଏମ୍ ଗତିଶକ୍ତି-ନ୍ୟାସ୍ନାଲ୍ ମାଷ୍ଟର୍ ପ୍ଲାନ୍’ର ଶୁଭ ଉନ୍ମୋଚନ କରିଛନ୍ତି। ନୂଆଦିଲ୍ଲୀର ପ୍ରଗତି ମୈଦାନରେ ‘ପିଏମ୍ ଗତିଶକ୍ତି-ନ୍ୟାସ୍ନାଲ୍ ମାଷ୍ଟର୍ ପ୍ଲାନ୍’ର ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ମୋଦୀ ଏହାର ସମୀକ୍ଷା କରିବା ସହ ସେଠାରେ ହେବାକୁ ଥିବା ନୂଆ ପ୍ରଦର୍ଶନୀ ପରିସରର ମଡେଲ୍କୁ ମଧ୍ୟ ଦେଖିଥିଲେ। ଯାହା ଲଜିଷ୍ଟିକ୍ ଖର୍ଚ୍ଚ ହ୍ରାସ କରିବା ସହ ଅର୍ଥନୀତିର ଅଗ୍ରଗତି ପାଇଁ ସହାୟକ ହେବ ବୋଲି ମୋଦି କହିଛନ୍ତି।
ଏହି ଯୋଜନା ହେଉଛି ରଧାନମନ୍ତ୍ରୀ ମୋଦୀଙ୍କ ‘ଆତ୍ମନିର୍ଭର ଭାରତ’ର ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ। ୧.୫-ଟ୍ରିଲିୟନ୍ ‘ନ୍ୟାସ୍ନାଲ୍ ଇନ୍ଫ୍ରାଷ୍ଟ୍ରକ୍ଚର୍ ପାଇପ୍ଲାଇନ୍’ରେ ଥିବା ପ୍ରକଳ୍ପଗୁଡ଼ିକୁ ଅଧିକ କ୍ଷମତା ଦେବା ଓ ତ୍ୱରାନ୍ଵିତ କରିବା ଏହି ‘ପ୍ଲାନ୍’ର ଉଦ୍ଦେଶ୍ୟ। ଏହାଦ୍ୱାରା ୫-ଟ୍ରିଲିୟନ୍ ଅର୍ଥନିତୀ ଲକ୍ଷ୍ୟ ମଧ୍ୟ ହାସଲ ହୋଇପାରିବ ବୋଲି ଆଶା କରାଯାଉଛି। ପ୍ରାୟ ୧୬ଟି କେନ୍ଦ୍ରୀୟ ମନ୍ତ୍ରାଳୟ ଏବଂ ବିଭାଗ ଦ୍ୱାରା ଆରମ୍ଭ ହୋଇଥିବା ଭିତ୍ତିଭୂମୀୟ ଯୋଜନାକୁ ‘ପିଏମ୍ ଗତିଶକ୍ତି-ନ୍ୟାସ୍ନାଲ୍ ମାଷ୍ଟର୍ ପ୍ଲାନ୍’ ଏକତ୍ର କରିବ ବୋଲି ଆଶା କରାଯାଉଛି।
Powered by Froala Editor