ଅକ୍ସିଜେନ ଅଭାବରୁ ହସ୍ପିଟାଲରେ ୧୦ ମୃତ
ଭୋପାଳ: ମଧ୍ୟପ୍ରଦେଶ ଭୋପାଳର ପିପୁଲସ ମେଡିକାଲ କଲେଜରେ ସୋମବାର ସକାଳ ୫ଟାରୁ ୭ଟା ମଧ୍ୟରେ ୧୦ ଜଣ କରୋନା ସଂକ୍ରମିତଙ୍କ ମୃତୁ୍ୟ ହୋଇଛି । ସମସ୍ତ ମୃତକ ଆଇସିୟୁ ମଧ୍ୟରେ ରହି ଚିକିତ୍ସିତ ହେଉଥିଲେ । ହଠାତ ଅକ୍ସିଜେନ ଅଭାବରୁ ହସ୍ପିଟାଲରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ତୁରନ୍ତ ଅକ୍ସିଜେନ ଯୋଗାଡ଼ କରିବାକୁ ନର୍ସଙ୍କ ଠାରୁ ଆରମ୍ଭ କରି ଡାକ୍ତର ଓ ରୋଗୀଙ୍କ ପରିଜନ ଚେଷ୍ଟା ଆରମ୍ଭ କରିଥିଲେ । କିନ୍ତୁ ଅନ୍ୟ ସ୍ଥାନରୁ ଆଇସିୟୁ ୱାର୍ଡ ମଧ୍ୟକୁ ଅକ୍ସିଜେନ ସିଲିଣ୍ଡର ଆଣିବା ଭିତରେ ୧୦ ଜଣଙ୍କ ମୃତୁ୍ୟ ହୋଇଥିଲା । ଅକ୍ସିଜେନ ଯୋଗାଡ଼ କରିବାକୁ ଆଉ କିଛି ସମୟ ବିଳମ୍ବ ହୋଇଥିଲେ ଆଇସିୟୁରେ ଚିକିତ୍ସିତ ହେଉଥିବା ସମସ୍ତ ୪୦ ଜଣ ପ୍ରାଣ ହରାଇଥାନ୍ତେ ବୋଲି ଜଣେ ନର୍ସ କହିଛନ୍ତି ।
Powered by Froala Editor