ଏହି ଷ୍ଟ୍ରେନ ପାଇଁ ବଢୁଛି କରୋନା
ନୂଆଦିଲ୍ଲୀ: କରୋନା ଭାଇରସ ସମୟ ସହ ଏହାର ରୂପ ବଦଳାଇବାରେ ଲାଗିଛି । ସଂକ୍ରମିତ ଦ୍ରୁତ ଗତିରେ ବ୍ୟାପିବା ପାଇଁ ମଧ୍ୟ ରୂପାନ୍ତରିତ କରୋନା ଭାଇରସକୁ ଦାୟୀ କରାଯାଉଛି । ପୂର୍ବରୁ ଦେଶରେ ଡବଲ ମୁ୍ୟଟାଣ୍ଟ କରୋନା ଭାଇରସ ଚିହ୍ନଟ କରାଯାଇଥିଲା । ଏବେ ଏହା ଟି୍ରପଲ ମୁ୍ୟଟାଣ୍ଟରେ ରୂପାନ୍ତରିତ ହୋଇଛି । ମହାରାଷ୍ଟ୍ର, ଦିଲ୍ଲୀ, ପଶ୍ଚିମବଙ୍ଗ ଏବଂ ଛତିଶଗଡ଼ରୁ ସଂଗ୍ରହ କରାଯାଇଥିବା ନମୁନାରେ ଟି୍ରପଲ ମୁ୍ୟଟାଣ୍ଟ ଷ୍ଟ୍ରେନ ଚିହ୍ନଟ କରାଯାଇଛି । ଟି୍ରପଲ ମୁ୍ୟଟାଣ୍ଟ ଭାଇରସ ପାଇଁ ଏହି ସବୁ ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଉଥିବା ଆଶଙ୍କା କରାଯାଉଛି । ଏହି ସବୁ ରାଜ୍ୟରୁ ସଂଗ୍ର କରାଯାଉଥିବା ୧୭ଟି ନମୁନାରୁ ଟି୍ରପଲ ମୁ୍ୟଟାଣ୍ଟ ଭାଇରସ ମିଳିଛି । ଡବଲ ମୁ୍ୟଟାଣ୍ଟ ଭାଇରସର ସ୍ପାଇକ ପ୍ରୋଟିନ ତୃତୀୟ ମୁ୍ୟଟେସନ ସୃଷ୍ଟି ହୋଇଛି । ନ୍ୟାସନାଲ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ (ଏନସିଡିସି) କିଛି ମାସ ପୂର୍ବେ ଡବଲ ମୁ୍ୟଟାଣ୍ଟା ଷ୍ଟ୍ରେନ ସମ୍ପର୍କରେ ସୂଚନା ଦିଆଯାଇଥିଲା । ଏହି ମୁ୍ୟଟାଣ୍ଟକୁ ବି ୧.୬୧୭ ନାମରେ ନାମିତ କରାଯାଇଥିଲା । ଏଥିରେ ଥିବା ୨ଟି ମୁ୍ୟଟେସନର ନାମ ଥିଲା ଇ୪୮୪କୁ୍ୟ ଏବଂ ଏଲ୪୫୨ଆର ।
Powered by Froala Editor